ପୁରୀ: ଆଜି ନୂତନ ବିଗ୍ରହଙ୍କ ପ୍ରଥମ ସୁନାବେଶ

ପୁରୀ: ଜନ୍ମବେଦୀ ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଶ୍ରୀଜିଉ। ଆଜି ପବିତ୍ର ଆଷାଢ ଏକାଦଶୀ ତିଥି, ଶ୍ରୀଜିଉଙ୍କ ସୁନାବେଶ। ନୂତନ ବିଗ୍ରହମାନଙ୍କ ଏହା ପ୍ରଥମ ସୁନାବେଶ। ରଥ ଉପରେ ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ। ରଥାରୁଢ ଶ୍ରୀବିଗ୍ରହମାନଙ୍କୁ ସୁନା ଅଳଙ୍କାରରେ ଭୂଷିତ କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସିଂହଦ୍ୱାର ସମ୍ମୁଖରେ ଗତକାଲିଠାରୁ ପହଞ୍ଚିସାରିଥିବା ତିନି ରଥ ଉପରେ ବିଧିମୁତାବକ ଶ୍ରୀଜିଉଙ୍କ ନୀତିକାନ୍ତି ହେବ। ଅପରାହ୍ନରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରିବା କାମ ଆରମ୍ଭ ହେବ। ମହଣ […]

suna

suna

Rakesh Mallick
  • Published: Monday, 27 July 2015
  • Updated: 27 July 2015, 04:01 AM IST

Sports

Latest News

ପୁରୀ: ଜନ୍ମବେଦୀ ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଶ୍ରୀଜିଉ। ଆଜି ପବିତ୍ର ଆଷାଢ ଏକାଦଶୀ ତିଥି, ଶ୍ରୀଜିଉଙ୍କ ସୁନାବେଶ। ନୂତନ ବିଗ୍ରହମାନଙ୍କ ଏହା ପ୍ରଥମ ସୁନାବେଶ। ରଥ ଉପରେ ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ। ରଥାରୁଢ ଶ୍ରୀବିଗ୍ରହମାନଙ୍କୁ ସୁନା ଅଳଙ୍କାରରେ ଭୂଷିତ କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସିଂହଦ୍ୱାର ସମ୍ମୁଖରେ ଗତକାଲିଠାରୁ ପହଞ୍ଚିସାରିଥିବା ତିନି ରଥ ଉପରେ ବିଧିମୁତାବକ ଶ୍ରୀଜିଉଙ୍କ ନୀତିକାନ୍ତି ହେବ। ଅପରାହ୍ନରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରିବା କାମ ଆରମ୍ଭ ହେବ। ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସଜେଇ ହେବେ ଶ୍ରୀଜିଉ। ଶ୍ରୀଭୂଜ, ଶ୍ରୀପୟର, ରତ୍ନ ପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ପଲ୍ଲବ, ମୁଦି, କଣ୍ଠିମାଳ, ମର୍କତ ଯାଉଁଳି, ବଳା, ବାହୁଟି ଓ କଟି ମେଖଳା ଆଦି ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ଲାଗି ହେବେ ତିନିଠାକୁର।

ବେଶ ଆରମ୍ଭ ହେବାଠାରୁ ପ୍ରଭୁଙ୍କ ସୁନାବେଶ ଦର୍ଶନ ଆରମ୍ଭ ହେବ।  ସୁନାବେଶରେ ଥିବା ବେଳେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ନୀତି ବଢିବା କାର୍ଯ୍ୟକ୍ରମ ରହିଛି। ଗତକାଲି ବାହୁଡ଼ା ଦଶମୀରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ବାହୁଡ଼ିଥିଲେ ଶ୍ରୀଜୀଉ। ରାତି ୯ଟା ବେଳେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ପହଞ୍ଚିଥିଲା। ଏହାପୂର୍ବରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଥିଲା। ବର୍ଷା ସତ୍ତ୍ୱେ  ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଦେଖିବା ଲାଗି ପାଇଁ ଶ୍ରୀକ୍ଷେତ୍ର ପୁରୀରେ ୭ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା।

ଆଜି ମଧ୍ୟ ରଥ ଉପରେ ଶ୍ରୀବିଗ୍ରହଙ୍କ ସୁନା ବେଶ ଦେଖିବା ଲାଗି ସଂଧ୍ୟା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story