ଅସ୍ତରଙ୍ଗ ଓ ବୋଡେନ୍‌ ବିଡିଓ ଲୋକଙ୍କ ଆକ୍ରୋଶରେ ଶିକାର

ପୁରୀ/ନୂଆପଡ଼ା: ରାଜ୍ୟର ୨ଟି ସ୍ଥାନରେ ଲୋକଙ୍କ ଆକ୍ରୋଶରେ ଶିକାର ହୋଇଛନ୍ତି ୨ ଜଣ ବିଡିଓ। ଆଜି ପୁରୀ ଜିଲ୍ଲା ଅସ୍ତରଗଙ୍ଗ ବିଡିଓଙ୍କୁ ଅଫିସ୍‌ ଭିତରେ ପଶି ଲୋକେ ଦୁର୍ବ୍ୟହାର ପ୍ରଦର୍ଶନ କରିଥିବା ବେଳେ ନୂଆପଡ଼ା ଜିଲ୍ଲା ବୋଡେନ୍‌ ବିଡିଓଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅସ୍ତରଙ୍ଗ ବିଡିଓ କଲ୍ୟାଣୀ ପଟ୍ଟନାୟକ ତାଙ୍କ ଅଫିସ୍‌ରେ ବସିଥିଲେ। ଏହି ସମୟରେ କେତେକ ଲୋକ କାର୍ଯ୍ୟାଳୟରେ ପଶି ତାଙ୍କୁ ଘେରାଉ କରିବା ସହିତ ଗାଳିଗୁଲଜ କରିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ […]

bdo

bdo

Rakesh Mallick
  • Published: Monday, 19 December 2016
  • Updated: 19 December 2016, 08:16 PM IST

Sports

Latest News

ପୁରୀ/ନୂଆପଡ଼ା: ରାଜ୍ୟର ୨ଟି ସ୍ଥାନରେ ଲୋକଙ୍କ ଆକ୍ରୋଶରେ ଶିକାର ହୋଇଛନ୍ତି ୨ ଜଣ ବିଡିଓ। ଆଜି ପୁରୀ ଜିଲ୍ଲା ଅସ୍ତରଗଙ୍ଗ ବିଡିଓଙ୍କୁ ଅଫିସ୍‌ ଭିତରେ ପଶି ଲୋକେ ଦୁର୍ବ୍ୟହାର ପ୍ରଦର୍ଶନ କରିଥିବା ବେଳେ ନୂଆପଡ଼ା ଜିଲ୍ଲା ବୋଡେନ୍‌ ବିଡିଓଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଅସ୍ତରଙ୍ଗ ବିଡିଓ କଲ୍ୟାଣୀ ପଟ୍ଟନାୟକ ତାଙ୍କ ଅଫିସ୍‌ରେ ବସିଥିଲେ। ଏହି ସମୟରେ କେତେକ ଲୋକ କାର୍ଯ୍ୟାଳୟରେ ପଶି ତାଙ୍କୁ ଘେରାଉ କରିବା ସହିତ ଗାଳିଗୁଲଜ କରିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ଅନ୍ୟ ଏକ ଘଟଣାରେ ପଞ୍ଚାୟତ ଅଫିସ୍‌ ସ୍ଥାନାନ୍ତର ଦାବିକରି ନୂଆପଡ଼ା ଜିଲ୍ଲା ବୁଢ଼ିପାଲୀ ଗାଁ ଲୋକେ ବୋଡେନ ବିଡିଓ ଭାଗୀରଥି ମଲ୍ଲିକଙ୍କୁ ଆକ୍ରମଣ କରିଥିଲେ। ବିଡିଓଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଡିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos