ପୁରୀ: ଗତକାଲି ବିଳମ୍ୱିତ ରାତିରେ ପୁରୀ ଦକ୍ଷିଣକାଳୀ ମନ୍ଦିର ନିକଟରେ ଏନ୍କାଉଣ୍ଟର ହୋଇଛି। ପୋଲିସ୍ ଗୁଳିରେ ଅପରାଧୀ ସଞ୍ଜୟ ବେହେରା ଓରଫ ପାରା ଗୁରୁତର ଆହତ ହୋଇଛି। ସଞ୍ଜୟର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସଞ୍ଜୟ ନାଁରେ ୧୫ରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ୍ କହିଛି।
ସୂଚନାଯୋଗ୍ୟ, ଗତ ମେ’ ୧୩ ତାରିଖରେ ବାଟ ମଙ୍ଗଳା ଛକରେ ପୋଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶଶି ନାୟକ ଆହତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।