ଜଗମୋହନ ନଖୋଲିବା ପାଇଁ ହାଇକୋର୍ଟରେ କରାଯାଇଥିବା ଆବେଦନ ଅଗ୍ରାହ୍ୟ

କଟକ(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧ ଯାଏଁ ଜଗମୋହନ ନଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।  ଜଗମୋହନ ମରାମତି  ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ  ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଜଗମୋହନ ନଖୋଲିବା ପାଇଁ ଅନୁମତି ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା। ଆଗକୁ  ଘୋଷଯାତ୍ରା ସହ ଅନ୍ୟାନ୍ୟ ନୀତିକାନ୍ତି  ରହିଥିବାରୁ ରଥଯାତ୍ରା ଯାଏଁ ମହଲତ ଦେବାକୁ ଆବେଦନରେ  ଦର୍ଶାଯାଇଥିଲା। ହେଲେ କୋର୍ଟ ଏହି ମହଲତ ଆବେଦନକୁ ଅଗ୍ରାହ୍ୟ  […]

Odisha

Odisha

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 01:31 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧ ଯାଏଁ ଜଗମୋହନ ନଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।  ଜଗମୋହନ ମରାମତି  ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ  ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଜଗମୋହନ ନଖୋଲିବା ପାଇଁ ଅନୁମତି ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା। ଆଗକୁ  ଘୋଷଯାତ୍ରା ସହ ଅନ୍ୟାନ୍ୟ ନୀତିକାନ୍ତି  ରହିଥିବାରୁ ରଥଯାତ୍ରା ଯାଏଁ ମହଲତ ଦେବାକୁ ଆବେଦନରେ  ଦର୍ଶାଯାଇଥିଲା। ହେଲେ କୋର୍ଟ ଏହି ମହଲତ ଆବେଦନକୁ ଅଗ୍ରାହ୍ୟ  କରିବା ସହ ଅପରାହ୍ନରେ ନୀତି ପ୍ରଶାସକଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଜଗମୋହନ ମରାମତି ସରିଛି, ତେବେ କାହିଁକି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଖୋଲାଯାଉ ନାହିଁ  ବୋଲି କୋର୍ଟ ପ୍ରଶ୍ନ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos