‘କାଳିଆ ସାଆନ୍ତଙ୍କୁ ଦର୍ଶନ କଲେ, କସ୍ତୁରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ’

prenepal

ପୁରୀ: ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଆଜି ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ସେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଜୟବିଜୟ ଦ୍ୱାରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ।

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ପରେ ବିଦ୍ୟାଦେବୀ କହିଥିଲେ,“ଓଡ଼ିଶାବାସୀଙ୍କ ଆତିଥ୍ୟରେ ମୁଁ ମୁଗ୍ଧ। ଶ୍ରୀମନ୍ଦିରକୁ କସ୍ତୁରୀ ଯୋଗାଣ ନେଇ ଯେଉଁ ସମସ୍ୟା ରହିଛି ସେ ନେଇ ନେପାଳ ସରକାରଙ୍କ ସହିତ ଆଲୋଚନା କରିବି।”

ବିଦାୟ ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଦ୍ୟଦେବୀଙ୍କୁ ଶ୍ରୀଜୀଉଙ୍କୁ ଏକ ଫଟୋଚିତ୍ର ସହ ଖଣ୍ଡୁଆ ଉପହାର ଦିଆଯାଇଥିଲା। ସେହିପରି ନେପାଳ ପଣ୍ଡାଙ୍କ ପକ୍ଷରୁ ଶୁଖିଲା ମହାପ୍ରସାଦ ଦିଆଯାଇଥିଲା। ରାଷ୍ଟ୍ରପତି ବିଦ୍ୟାଦେବୀ ନେପାଳ ପଣ୍ଡାଙ୍କ ଖାତାରେ ଦସ୍ତଖତ କରିବା ସହ ଜିଲ୍ଲାପାଳଙ୍କୁ ୨୦,୦୦୦ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ।

Previous ArticleNext Article

Send this to a friend