ପୁରୀ: ଗୋଟିଏ ଧାରାରେ ହେଉ ସବୁ ପାଞ୍ଜି। ସନାତନ ଧର୍ମରେ ପଞ୍ଜିକାର ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ। ତିଥି, ବାର, ନକ୍ଷତ୍ର ଗଣନା, ବିବାହ, ବ୍ରତ ମାଙ୍ଗଳିକ କାର୍ଯ୍ୟ ପୁଣି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଆଦି ତଥ୍ୟ ପଞ୍ଜିକାରୁ ସାଧାରଣ ନାଗରିକ ମାନେ ଜାଣିଥାନ୍ତି। ତେଣୁ ଏହି ସମସ୍ତ ଗଣନା କିଭଳି ତଥ୍ୟ ଭିତ୍ତିକ ଏବଂ ସଠିକ ଦିଆଯିବ ସେ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପରମର୍ଶ ଦେଇଛନ୍ତି।
କିଛି ପଞ୍ଜିକାର ବିଜ୍ଞାପନରେ ଶୁଦ୍ଧତା ରହୁନାହିଁ। ତେଣୁ ଏହା ଯେପରି ପୁନରୁବୃତ୍ତି ନହେବ ସେ ନେଇ ମଧ୍ୟ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ଆଜି ଗୋବର୍ନ୍ଧନ ପୀଠ ପରିସରରେ ପଞ୍ଜିକାର ଓ ଗଣନାକାର, ମୁକ୍ତିମଣ୍ଡପ ପଣ୍ଡିତ ସଭାର ସମ୍ପାଦକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶଙ୍କରାଚାର୍ଯ୍ୟ ଏହି ବୈଠକରେ ଏପରି ପରାମର୍ଶ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।