ପୁରୀ: ଶ୍ରୀମନ୍ଦିରର ଗର୍ଭଗୃହରେ ଯାଞ୍ଚ କଲେ ଏଏସଆଇ ବିଶେଷଜ୍ଞ ଟିମ୍

ପୁରୀ: ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ ଏଏସଆଇର ଏକ ବିଶେଷଜ୍ଞ ଟିମ୍ କରିଛି। ଏବେ ଗର୍ଭଗୃହରେ ସଫେଇ ଚାଲିଛି । ବିଶେଷଜ୍ଞ ଟିମ ପକ୍ଷରୁ କୁହାଯାଇଛି ଯେ, ଜଗମୋହନରୁ ଗର୍ଭଗୃହକୁ ଶୀତଳୀକରଣ ଲାଗି ଥଣ୍ଡା ପବନ ଛାଡିବାକୁ ଉଦ୍ୟମ ହେଉଛି । ସେହିପରି କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର କବାଟ ମରାମତି କରାଯିବ । ଭାରତ ସରକାରଙ୍କ ମେକନ୍ ନାମକ ଏକ ସଂସ୍ଥା ଏହି କାମ କରୁଛି । ଆସନ୍ତା ୨୯ ତାରିଖ ସୁଦ୍ଧା କାମ ସରିବ […]

puri

puri

Rakesh Mallick
  • Published: Monday, 20 July 2015
  • Updated: 20 July 2015, 02:43 PM IST

Sports

Latest News

ପୁରୀ: ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ ଏଏସଆଇର ଏକ ବିଶେଷଜ୍ଞ ଟିମ୍ କରିଛି। ଏବେ ଗର୍ଭଗୃହରେ ସଫେଇ ଚାଲିଛି । ବିଶେଷଜ୍ଞ ଟିମ ପକ୍ଷରୁ କୁହାଯାଇଛି ଯେ, ଜଗମୋହନରୁ ଗର୍ଭଗୃହକୁ ଶୀତଳୀକରଣ ଲାଗି ଥଣ୍ଡା ପବନ ଛାଡିବାକୁ ଉଦ୍ୟମ ହେଉଛି । ସେହିପରି କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର କବାଟ ମରାମତି କରାଯିବ । ଭାରତ ସରକାରଙ୍କ ମେକନ୍ ନାମକ ଏକ ସଂସ୍ଥା ଏହି କାମ କରୁଛି । ଆସନ୍ତା ୨୯ ତାରିଖ ସୁଦ୍ଧା କାମ ସରିବ । ଏହାଦ୍ୱାରା ଗର୍ଭଗୃହରେ ଭକ୍ତମାନେ ଗରମ ଗୁଳୁଗୁଳିରୁ ରକ୍ଷା ପାଇପାରିବେ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ସୁରେଶ ମହାପାତ୍ର କହିଛନ୍ତି ।

ଆଇଆଇଟି ଖଡଗପୁରର ପୂର୍ବତନ ପ୍ରଫେସର ଏ.ପି.ଗୁପ୍ତାଙ୍କ ନେତୃତ୍ୱରେ ବିଶେଷଜ୍ଞ ଦଳ ଗର୍ଭଗୃହ ଯାଞ୍ଚ କରିଥିଲେ । ସେମାନଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବିଶେଷଜ୍ଞ ଦଳ ଗର୍ଭଗୃହରେ ଲଗାଯାଇଥିବା ଏଗଜଷ୍ଟ ପଙ୍ଖାର ଅବସ୍ଥା ଯାଞ୍ଚ କରିଛନ୍ତି। ବାମ୍ଫ ପ୍ରଭାବରେ ଗର୍ଭଗୃହର କାନ୍ଥ କ୍ଷତିଗ୍ରସ୍ତ ହେଉଥିବାରୁ ପୂର୍ବରୁ ରସାୟନିକ ପ୍ରଲେପ ଦିଆଯାଇଥିଲା। ଚତୁଦ୍ଧାମୂର୍ତ୍ତି ରତ୍ନ ସିଂହାସନ ଛାଡି ଘୋଷ ଯାତ୍ରାରେ ଯାଇଥିବାରୁ ଏହି ସମୟ ମଧ୍ୟରେ ଗର୍ଭଗୃହର ସଂରକ୍ଷଣ କାର୍ଯ୍ୟ ସମ୍ପାଦନ କରାଯିବାକୁ ଯୋଜନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos