ପୁରୀ(ମଧୁସୂଦନ ମିଶ୍ର): ଆଜି ମହାପ୍ରଭୁଙ୍କ ଘସା କପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଲାଗି ହେବ ଘସା କପଡ଼ା ଲାଗି ନୀତି। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ରାତି ୯ଟା ପରେ ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ।
ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ହୋଇଥାଏ। ଦଇତାପତି ସେବାୟତ ଏହି ନୀତି ସମ୍ପାଦନ କରିବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।