ଜନ୍ମବେଦୀରେ ତିନି ଠାକୁର

ପୁରୀ (ଓଡ଼ିଶା ରିପୋର୍ଟର): ରଥ ଉପରୁ ଜନ୍ମବେଦୀକୁ ବିଜେ କରୁଛନ୍ତି ଶ୍ରୀଜିଉ। ଶରଧାବାଲିରେ ରହିଥିବା ତିନି ରଥରୁ ଆଜି ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ସ୍ଥିତ ଆଡ଼ପ ବେଦୀକୁ ନିଆଯାଇଛି। ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ବିଜେ କରାଯିବା ପରେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରାଯାଇଥିଲା। ଏହାପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯାଇଛି। ଆଡ଼ପ ପହଣ୍ଡି ଦେଖିବା ପାଇଁ ଶରଧାବାଲିରେ ହଜାର ହଜାର ଭକ୍ତଙ୍କ […]

Puri trinity reaches aadap mandap

Puri trinity reaches aadap mandap

Rakesh Mallick
  • Published: Monday, 16 July 2018
  • Updated: 16 July 2018, 10:19 PM IST

ପୁରୀ (ଓଡ଼ିଶା ରିପୋର୍ଟର): ରଥ ଉପରୁ ଜନ୍ମବେଦୀକୁ ବିଜେ କରୁଛନ୍ତି ଶ୍ରୀଜିଉ। ଶରଧାବାଲିରେ ରହିଥିବା ତିନି ରଥରୁ ଆଜି ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ସ୍ଥିତ ଆଡ଼ପ ବେଦୀକୁ ନିଆଯାଇଛି। ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ବିଜେ କରାଯିବା ପରେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରାଯାଇଥିଲା। ଏହାପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯାଇଛି। ଆଡ଼ପ ପହଣ୍ଡି ଦେଖିବା ପାଇଁ ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହିଛି।

ଆଡ଼ପ ମଣ୍ଡପରେ ବିଜେ କରିବା ପରେ ଆସନ୍ତାକାଲିଠାରୁ ଭକ୍ତଙ୍କୁ ମିଳିବ ଆଡପ ଅବଢ଼ା। ସେପଟେ ଜନ୍ମବେଦୀରେ ଦର୍ଶନ ପାଇଁ ମଧ୍ୟ ଲାଗିବ ଗହଳି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos