୪ ବେଆଇନ କରତ କଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗଡ଼ଗଡ଼ଘାଟଠାରେ ବେଆଇନ ଭାବେ ଚାଲିଥିବା ୪ଟି କରତ କଳ ଉପରେ ରାଜନଗର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ସକାଳେ ରାଜନଗର ଏଏସିଏଫ୍ ହରେକୃଷ୍ଣ ମଲ୍ଲିକଙ୍କ ନେତୃତ୍ୱରେ ବନକର୍ମଚାରୀଙ୍କ ଏକ ଟିମ୍ ଏହି ବେଆଇନ କରତ କଳଗୁଡ଼ିକ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବିଭିନ୍ନ ଯନ୍ତ୍ରପାତି ସହିତ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ଚଢ଼ାଉ ବେଳେ ରାଜନଗର, ମହାକାଳପଡ଼ା, କନିକା ରେଞ୍ଜରଙ୍କ ସହ ଆଳି […]

ali

ali

Rakesh Mallick
  • Published: Friday, 25 May 2018
  • Updated: 25 May 2018, 06:33 PM IST

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗଡ଼ଗଡ଼ଘାଟଠାରେ ବେଆଇନ ଭାବେ ଚାଲିଥିବା ୪ଟି କରତ କଳ ଉପରେ ରାଜନଗର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ସକାଳେ ରାଜନଗର ଏଏସିଏଫ୍ ହରେକୃଷ୍ଣ ମଲ୍ଲିକଙ୍କ ନେତୃତ୍ୱରେ ବନକର୍ମଚାରୀଙ୍କ ଏକ ଟିମ୍ ଏହି ବେଆଇନ କରତ କଳଗୁଡ଼ିକ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବିଭିନ୍ନ ଯନ୍ତ୍ରପାତି ସହିତ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି।

ଚଢ଼ାଉ ବେଳେ ରାଜନଗର, ମହାକାଳପଡ଼ା, କନିକା ରେଞ୍ଜରଙ୍କ ସହ ଆଳି ତହସିଲଦାର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ତେବେ ସଂପୃକ୍ତ କରତ କଳଗୁଡ଼ିକର ମାଲିକମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos