ରେଲୱେ ପୋଲିସ ପଞ୍ଝାରେ ଟିକେଟ୍ କଳାବଜାରୀ ଯୁବକ

ବାଲେଶ୍ୱର (ରଞ୍ଜିତ୍‌ ପାକଳ):  ରେଲୱେ ପୋଲିସ ପଞ୍ଝାରେ ଟିକେଟ୍ କଳାବଜାରୀ କରୁଥିବା ଯୁବକ। ବାଲେଶ୍ୱର ରେଲୱେ ଷ୍ଟେସନ୍ ମାଲଗୋଦାମ ନିକଟରେ ଥିବା ଟିକେଟ୍ ବୁକିଙ୍ଗ କାଉଣ୍ଟରରେ ଆଜି ଜଣେ ଯୁବକଙ୍କୁ ରେଳବାଇ ପୋଲିସ ଗିରଫ କରିଛି। ତା’ ପାଖରୁ ବିପୁଳ ପରିମାଣର ଟିକେଟ୍, କିଛି ନଗଦ ଟଙ୍କା ଜବତ ହୋଇଛି। ଯୁବକ ଜଣଙ୍କ ହେଉଛି କୋଲକତାର କ୍ରିଷ୍ଣାକାନ୍ତ ଦାସ। ସେ ପ୍ରତିଦିନ ବାଲେଶ୍ୱର ରେଳ ଷ୍ଟେସନ୍‌ରେ ଥିବା ଟିକେଟ୍ କାଉଣ୍ଟରକୁ ଆସି ରିଜର୍ଭେସନ୍ ଟିକେଟ୍ କାଟି ନିଜ […]

railway

railway

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 09:33 PM IST

Sports

Latest News

ବାଲେଶ୍ୱର (ରଞ୍ଜିତ୍‌ ପାକଳ):  ରେଲୱେ ପୋଲିସ ପଞ୍ଝାରେ ଟିକେଟ୍ କଳାବଜାରୀ କରୁଥିବା ଯୁବକ। ବାଲେଶ୍ୱର ରେଲୱେ ଷ୍ଟେସନ୍ ମାଲଗୋଦାମ ନିକଟରେ ଥିବା ଟିକେଟ୍ ବୁକିଙ୍ଗ କାଉଣ୍ଟରରେ ଆଜି ଜଣେ ଯୁବକଙ୍କୁ ରେଳବାଇ ପୋଲିସ ଗିରଫ କରିଛି। ତା’ ପାଖରୁ ବିପୁଳ ପରିମାଣର ଟିକେଟ୍, କିଛି ନଗଦ ଟଙ୍କା ଜବତ ହୋଇଛି। ଯୁବକ ଜଣଙ୍କ ହେଉଛି କୋଲକତାର କ୍ରିଷ୍ଣାକାନ୍ତ ଦାସ। ସେ ପ୍ରତିଦିନ ବାଲେଶ୍ୱର ରେଳ ଷ୍ଟେସନ୍‌ରେ ଥିବା ଟିକେଟ୍ କାଉଣ୍ଟରକୁ ଆସି ରିଜର୍ଭେସନ୍ ଟିକେଟ୍ କାଟି ନିଜ ଅଞ୍ଚଳରେ ବ୍ଲାକରେ ବିକ୍ରି କରୁଥିବା ନେଇ ପୂର୍ବରୁ ରେଳବାଇ ପୋଲିସ ଅଭିଯୋଗ ପାଇଥିଲା। ପୂର୍ବ ଯୋଜନା ମୁତାବକ ଖଡ଼ଗପୁରର ଏକ ସ୍ୱତନ୍ତ୍ର ଟିମ୍ ଏବଂ ବାଲେଶ୍ୱର ଆରପିଏଫ୍ ପୋଲିସ ମିଳିତ ଭାବେ ତାକୁ ଟ୍ରାକ କରିଥିଲେ। କ୍ରିଷ୍ଣାକାନ୍ତ ମାଲଗୋଦାମ ଟିକେଟ୍ କାଉଣ୍ଟରରେ ଟିକେଟ୍ କାଟୁଥିବା ବେଳେ ରେଲୱେ ପୋଲିସ ଗିରଫ କରିଥିଲା। ତା ନିକଟରୁ ୧୯ଟି ରିଜର୍ଭେସନ୍ ଟିକେଟ୍ ମିଳିଥିଲା, ଯାହାର ଦାମ୍ ୮୨ ହଜାର ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos