ବର୍ଷାରେ ଭିଜିଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷାରେ ଭିଜିଲା ମନ୍ଦିର ମାଳିନୀ ଭୁବନେଶ୍ୱର। ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଫଳରେ ସହରବାସୀଙ୍କୁ ଗରମରୁ ମିଳିଛି ସାମାନ୍ୟ ଆସ୍ୱସ୍ତି। ହେଲେ ତାପମାତ୍ରା କମିବାର ନାଁ ଧରୁନି। ଆଜି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆଜି ଅପରାହ୍ନରେ ରାଜଧାନୀ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ସୁଲ୍‌ସୁଲିଆ ପବନ ବହି ବର୍ଷା ଆରମ୍ଭ ହୋଇଥିଲା। କେତେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା […]

rain in baripada

rain in baripada

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 07:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷାରେ ଭିଜିଲା ମନ୍ଦିର ମାଳିନୀ ଭୁବନେଶ୍ୱର। ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଫଳରେ ସହରବାସୀଙ୍କୁ ଗରମରୁ ମିଳିଛି ସାମାନ୍ୟ ଆସ୍ୱସ୍ତି। ହେଲେ ତାପମାତ୍ରା କମିବାର ନାଁ ଧରୁନି। ଆଜି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

ଆଜି ଅପରାହ୍ନରେ ରାଜଧାନୀ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ସୁଲ୍‌ସୁଲିଆ ପବନ ବହି ବର୍ଷା ଆରମ୍ଭ ହୋଇଥିଲା। କେତେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଏହା ସତ୍ତ୍ୱେ ମଧ୍ୟ ଗରମରୁ ନିସ୍ତାର ମିଳିନି। ଗୁଳୁଗୁଳି ହେଉଛି। ଆଜି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

[caption id="attachment_246647" align="aligncenter" width="984"] କାଳବୈଶାଖୀ ପ୍ରଭାବରେ ଟ୍ରାନ୍ସଫର୍ମର ଭାଙ୍ଗି ପଡ଼ିଛି[/caption]

ଅନୁଗୋଳରେ ସର୍ବାଧିକ ୪୦.୯ ଡିଗ୍ରୀ ରହିଛି। ସେହିପରି ଚାନ୍ଦବାଲିରେ ୪୦.୨, ବାରିପଦାରେ ୪୦.୪, ସମ୍ୱଲପୁରରେ ୪୦.୧, ବଲାଙ୍ଗିରରେ ୪୦, ଟିଟିଲାଗଡ଼ରେ ୪୧, ସୋନପୁର ୪୦, ଢେଙ୍କାନାଳରେ ୪୨.୨, ହୀରାକୁଦରେ ୩୯.୯, ତାଳଚେରରେ ୩୯, ଭବାନୀପାଟଣାରେ ୩୯.୫, ଭୁବନେଶ୍ୱରରେ ୩୯.୬ ଓ କଟକ ତାପମାତ୍ରା  ୩୯ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି।

ବଜ୍ରପାତରେ ୪ ଆହତ

କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ଗୋପାବନ୍ଧୁନଗର, ବଡ଼ସାହି ବର୍ଷା। ଫଳରେ କିଛି ଦିନରୁ ଲାଗି ରହିଥିବା ଗରମ ଓ ଗୁଳୁଗୁଳିରୁ ମିଳିଛି ତ୍ରାହି। ତେବେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଥିବା ଘଟଣା ସମ୍ନାକୁ ଆସିଛି। ବିଭିନ୍ନ ଅଞ୍ଚଳରେ ବର୍ଷା ପବନ ଯୋଗୁଁ ଗଛ ପଡ଼ି ଯାଇ କିଛି ଯାନବାହନ ଭାଙ୍ଗି ରୁଜି ଯାଇଥିବା ଖବର ମିଳିଛି। ବଡ଼ସାହି ବ୍ଲକ  ରାଣୀବନ୍ଧଠାରେ ବ୍ରଜପାତ ଯୋଗୁଁ ୪ ଜଣ ଗୁରୁତର ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏହାଛଡ଼ା ବର୍ଷା ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍  ସରବରାହରେ ବ୍ୟାଘାତ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos