ପୁଣେରେ ରଜ ପାଳିଲେ ପ୍ରବାସୀ ଓଡ଼ିଆ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଣ୍ଡପ

ପୁଣେ: ମହାରାଷ୍ଟ୍ରର ପୁଣେଠାରେ କଳିଙ୍ଗ ସ୍ଵରାଜ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ରଜ ମହୋତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଜୁନ୍‌ ୧୬ ତାରିଖରେ ପୁଣେର ପାଷାନ ସ୍ଥିତ ଜ୍ଞାନଦୀପ ଲନ୍‌ଠାରେ ଏବଂ ଜ୍ୱାଧବପୁର ହାଇଦ୍ରାବାଦ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ନେଇ କଳିଙ୍ଗ ସ୍ୱରାଜ ରଜ ମହୋତ୍ସବ ପାଳନ କରିଥିଲା। ବିଶିଷ୍ଟ ହାସ୍ୟ ଅଭିନେତା ହରିହର ମହାପାତ୍ର ଏବଂ ଅଭିନେତ୍ରୀ ଲେସଲି ତ୍ରିପାଠୀ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଯାହା ଦର୍ଶକଙ୍କୁ […]

p

p

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 09:46 PM IST

ପୁଣେ: ମହାରାଷ୍ଟ୍ରର ପୁଣେଠାରେ କଳିଙ୍ଗ ସ୍ଵରାଜ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ରଜ ମହୋତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଜୁନ୍‌ ୧୬ ତାରିଖରେ ପୁଣେର ପାଷାନ ସ୍ଥିତ ଜ୍ଞାନଦୀପ ଲନ୍‌ଠାରେ ଏବଂ ଜ୍ୱାଧବପୁର ହାଇଦ୍ରାବାଦ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ନେଇ କଳିଙ୍ଗ ସ୍ୱରାଜ ରଜ ମହୋତ୍ସବ ପାଳନ କରିଥିଲା। ବିଶିଷ୍ଟ ହାସ୍ୟ ଅଭିନେତା ହରିହର ମହାପାତ୍ର ଏବଂ ଅଭିନେତ୍ରୀ ଲେସଲି ତ୍ରିପାଠୀ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଯାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଏହାସହ ପୁଣେରେ ରହୁଥିବା ବହୁ କଳାକାର ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ କଳିଙ୍ଗ ସ୍ୱରାଜର ୱେବସାଟ୍‌ ଲୋକାର୍ପଣ କରା ଯାଇଥିଲା।

p1ଓଡିଶା ବାହାରେ ରହୁଥିବା ଓଡ଼ିଆମାନେ ନିଜକୁ ଓଡ଼ିଆ ବୋଲି କହିବାକୁ କୁଣ୍ଠିତ ହେଉଥିବା ବେଳେ, ସେମାନଙ୍କୁ ବିଶ୍ୱ ଦରବାରରେ ପରିଚିତ କରେଇବା ଏବଂ ‘ହଁ ମୁଁ ଓଡ଼ିଆ’ ବୋଲି କହିବା କଳିଙ୍ଗ ସ୍ୱରାଜର ପ୍ରଧାନ ଲକ୍ଷ୍ୟ ବୋଲି ଆୟୋଜକ କହିଛନ୍ତି। କାର୍ଯ୍ୟକ୍ରମ ଅବସରରେ ମହେଶ୍ୱର ମହାନ୍ତି, ପ୍ରଦୀପ ପାଣିଗ୍ରାହୀ, ନୃସିଂହ ସାହୁ ଏବଂ କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ ଭିଡ଼ିଓ ମେସେଜ ମାଧ୍ୟମରେ ସମସ୍ତଙ୍କୁ ରଜ ଅଭିନନ୍ଦନ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, କଳିଙ୍ଗ ସ୍ଵରାଜ ତୃତୀୟ ବର୍ଷରେ ପଦାର୍ପଣ କରିବା ସହ ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ସୁଖ ଦୁଃଖରେ ସାମିଲ ହୋଇ ପାରିଛି। ପ୍ରବାସୀମାନଙ୍କୁ ଓଡ଼ିଶାର ବାସ୍ନା ପହଞ୍ଚାଇବାରେ ସମର୍ଥ ହୋଇଛି ଏହି ଅନୁଷ୍ଠାନ। ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ, ଲୋକ କଳା, ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି। ଓଡ଼ିଆମାନଙ୍କ ନ୍ୟାର୍ଯ୍ୟ ଦାବି ପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରାଯାଉଛି ବୋଲି କର୍ମକର୍ତ୍ତାମାନେ କହିଛନ୍ତି। କଳିଙ୍ଗ ସ୍ୱରାଜ ଭାରତର ପ୍ରମୁଖ ରାଜ୍ୟ ପୁଣେ, ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ବାଇ ସମେତ ଆମେରିକା, ଜର୍ମାନୀ, ଆଷ୍ଟ୍ରେଲିଆରେ ପ୍ରବାସୀ ଓଡ଼ିଆକୁ ଏକାଠି କରିପାରିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

p2ବିଭିନ୍ନ ଦେଶରେ ରହୁଥିବା ଓଡ଼ିଆଙ୍କୁ ଏକାଠି କରିବା ପାଇଁ କଳିଙ୍ଗ ସ୍ୱରାଜ ଶୀଘ୍ର ‘ଓଡ଼ିଆ ବୁକ୍‌’ ନାମକ ଏକ ସୋସିଆଲ ନେଟୱର୍କିଙ୍ଗ ଇଣ୍ଟେରଫେସ ଆରମ୍ଭ କରିବାକୁ ଯାଉଛି। ଆସନ୍ତାବର୍ଷ ରଜ ପର୍ବ ସାରା ଦେଶରେ ୫ଟି ସହରରେ ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

କଳିଙ୍ଗ ସ୍ୱରାଜ ଫାଉଣ୍ଡର ଶିବାଶିଷ ସ୍ୱାଇଁ,  ବୁଦ୍ଧିଜୀବୀ ଦୀପକ, ସାଗରିକ, ପ୍ରଭାତ, ଅମିତାଭ, ରାଧାକାନ୍ତ, ଉମେଡ଼, ସାରଦା, ପୂରବୀ, ହେମନ୍ତ, ମନୋଜ, ଚିତ୍ତରଞ୍ଜନ, ଲୋକନାଥଙ୍କ ନେତୃତ୍ୱରେ ଓଡ଼ିଆ ଭାଷା, ଓଡ଼ିଆ ଜାତି ଏବଂ ଓଡିଶାର ବିକାଶ ପାଇଁ ପ୍ରତିଜ୍ଞା ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos