ରାଜଧାନୀରେ ଅପରାଧ ନିୟନ୍ତ୍ରଣ ଲାଗି ଜନସାଧାରଣଙ୍କ ସହଯୋଗ ଲୋଡା: କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗକୁ ଗୁରୁତ୍ୱ ଦେଇଛି କମିଶନରେଟ୍ ପୋଲିସ । ଏ ନେଇ ଭୁବନେଶ୍ୱରରେ ଗଠିତ ରେସିଡେନ୍ସିଆଲ୍ ସିକ୍ୟୁରିଟି କମିଟି ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ କମିଶନରେଟ୍ ପୋଲିସ ଆଲୋଚନା କରିଛି। କମିଶନରେଟ୍ ପୋଲିସର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ କମିଟିକୁ ଆହୁରି ସକ୍ରିୟ ହେବାକୁ ପରାମର୍ଶ ଦେବା ସହ ନିଜ ନିଜ ଅଞ୍ଚଳରେ ସିସିଟିଭି ଲଗାଇବାକୁ ପୋଲିସ ପରାମର୍ଶ ଦେଇଛି। ସେହିପରି ଟ୍ରେଣ୍ଡ ସିକ୍ୟୁରିଟି ଗାର୍ଡଙ୍କୁ ନିଯୁକ୍ତି ଦେବାକୁ […]

police

police

Rakesh Mallick
  • Published: Monday, 06 July 2015
  • Updated: 06 July 2015, 04:15 AM IST

ଭୁବନେଶ୍ୱର: ରାଜଧାନୀରେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗକୁ ଗୁରୁତ୍ୱ ଦେଇଛି କମିଶନରେଟ୍ ପୋଲିସ । ଏ ନେଇ ଭୁବନେଶ୍ୱରରେ ଗଠିତ ରେସିଡେନ୍ସିଆଲ୍ ସିକ୍ୟୁରିଟି କମିଟି ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ କମିଶନରେଟ୍ ପୋଲିସ ଆଲୋଚନା କରିଛି। କମିଶନରେଟ୍ ପୋଲିସର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ କମିଟିକୁ ଆହୁରି ସକ୍ରିୟ ହେବାକୁ ପରାମର୍ଶ ଦେବା ସହ ନିଜ ନିଜ ଅଞ୍ଚଳରେ ସିସିଟିଭି ଲଗାଇବାକୁ ପୋଲିସ ପରାମର୍ଶ ଦେଇଛି। ସେହିପରି ଟ୍ରେଣ୍ଡ ସିକ୍ୟୁରିଟି ଗାର୍ଡଙ୍କୁ ନିଯୁକ୍ତି ଦେବାକୁ ପୋଲିସ ଗୁରୁତ୍ୱ ଦିଆଯାଇଥିଲା । ନିଜ ଅଞ୍ଚଳରେ ହେଉଥିବା ବେଆଇନ୍ କାର୍ଯ୍ୟକଳାପ ଓ ଏହାସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେବାକୁ କମିଶନରେଟ୍ ପୋଲିସ ପରାମର୍ଶ ଦେଇଛି । ଆବଶ୍ୟକତାକୁ ଦେଖି ଭଲେଣ୍ଟିୟର୍ସଙ୍କୁ ଏସପିଓର ଷ୍ଟାଟସ୍ ଦେବା ସହ ଆଇକାର୍ଡ ପ୍ରଦାନ କରିବାକୁ ପୋଲିସ ଯୋଜନା ରଖିଛି । ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଜନସମର୍ଥନ ଲୋଡ଼ି କମିଶନରେଟ୍ ପୋଲିସ ୨୧ଟି କଲୋନୀକୁ ଚିହ୍ନଟ କରି ରେସିଡେନ୍ସିଆଲ୍ ସିକ୍ୟୁରିଟି କମିଟି ଗଠନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos