ପଶ୍ଚିମ ଓଡ଼ିଶା ଦେଇ ଗୋଟିଏ ଦିନ ଦୌଡ଼ିବ ରାଜଧାନୀ ଏକ୍ସପ୍ରେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସପ୍ତାହକୁ ଗୋଟିଏ ଦିନ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପଶ୍ଚିମ ଓଡ଼ିଶା ଦେଇ ଯିବ। ଆସନ୍ତାକାଲି ଏହି ଟ୍ରେନ୍‌ଟି ସମ୍ବଲପୁର-ଝାରସୁଗୁଡ଼ା-ରାଉରକେଲା ମାର୍ଗ ଦେଇ ନୂଆଦିଲ୍ଲୀ ଯିବ। ନୂଆଦିଲ୍ଲୀ ରେଳ ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପତାକା ଦେଖାଇ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଏହି ସେବାର ଶୁଭାରମ୍ଭ କରିବେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା। ପ୍ରତି ଶନିବାର ଏହି ଟ୍ରେନ୍‌ ପଶ୍ଚିମ ଓଡ଼ିଶା ଦେଇ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ପଶ୍ଚିମ […]

Rakesh Mallick
  • Published: Friday, 09 February 2018
  • Updated: 09 February 2018, 10:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସପ୍ତାହକୁ ଗୋଟିଏ ଦିନ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପଶ୍ଚିମ ଓଡ଼ିଶା ଦେଇ ଯିବ। ଆସନ୍ତାକାଲି ଏହି ଟ୍ରେନ୍‌ଟି ସମ୍ବଲପୁର-ଝାରସୁଗୁଡ଼ା-ରାଉରକେଲା ମାର୍ଗ ଦେଇ ନୂଆଦିଲ୍ଲୀ ଯିବ। ନୂଆଦିଲ୍ଲୀ ରେଳ ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପତାକା ଦେଖାଇ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଏହି ସେବାର ଶୁଭାରମ୍ଭ କରିବେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା। ପ୍ରତି ଶନିବାର ଏହି ଟ୍ରେନ୍‌ ପଶ୍ଚିମ ଓଡ଼ିଶା ଦେଇ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ।

ପଶ୍ଚିମ ଓଡ଼ିଶା ଦେଇ ଏକ ରାଜଧାନୀ ଏକ୍ସପ୍ରେସ ଟ୍ରେନ୍‌ ଚଳାଇବାକୁ ଦାବି ହୋଇ ଆସୁଥିଲା। ଏପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିବା ସହିତ ନୂଆଦିଲ୍ଲୀ ଯାଇ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପଶ୍ଚିମ ଓଡ଼ିଶାବାସୀଙ୍କ ଅନୁରୋଧକୁ ନଜରରେ ରଖି ସପ୍ତାହକୁ ଗୋଟିଏ ଦିନ ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଚଲାଇବାକୁ ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତାକାଲି ଏହି ସେବା ଲୋକାର୍ପିତ ହେବ। ତେବେ ବାକି ୬ ଦିନ ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଉତ୍ତର ଓଡ଼ିଶା ଦେଇ ଜାତାୟତ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos