ଆଜି ରାଜ୍ୟବ୍ୟାପୀ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

nn-2

ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ । ଜାତୀୟ ଲ’ କମିଶନଙ୍କ ପକ୍ଷରୁ ଆଡଭୋକେଟ୍‌ ଆକ୍ଟ ୧୯୬୧ର ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଥିବାରୁ ଏହାକୁ ବିରୋଧ କରି ଓକିଲମାନେ ଆନ୍ଦୋଳନ ଡାକରା  ଦେଇଛନ୍ତି। ରାଜ୍ୟର ସମସ୍ତ ବାର କାଉନସିଲ ପକ୍ଷରୁ ଲ’ କମିଶନଙ୍କ ପ୍ରସ୍ତାବକୁ ପୋଡ଼ି ପ୍ରତିବାଦ କରାଯିବ ବୋଲି ରାଜ୍ୟ ବାର କାଉନସିଲ ପକ୍ଷରୁ କୁହାଯାଇଛି।

ଏହି ଅବସରରେ ଆଇନଜୀବୀମାନେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ଆସନ୍ତା ୨୨ ତାରିଖରେ  ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏକ ଜାତୀୟ ଅଧିବେଶନର ଆୟୋଜନ କରାଯାଇଛି। ଏହି ଅଧିବେଶନରେ ଦେଶର ସମସ୍ତ ବାର କାଉନସିଲ ସଦସ୍ୟମାନେ ଯୋଗଦେବେ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

 

 

Previous ArticleNext Article

Send this to a friend