କିଟ୍‌ ପ୍ରତିଷ୍ଠାତାଙ୍କ ନାମରେ ଏକାଧିକ ମାମଲା: କ’ଣ ସଫେଇ ଦେଲେ ଅଚ୍ୟୁତ ପଢ଼ନ୍ତୁ
ରାଜ୍ୟସଭା ପାଇଁ ଦାଖଲ ପ୍ରାର୍ଥିପତ୍ରର ଆଜି ଥିଲା ଯାଞ୍ଚର ଦିନ। ରିଟର୍ଣ୍ଣିଂ ଅଫିସର ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଦାଖଲ ହୋଇଥିବା ୪ ଟି ପ୍ରାର୍ଥିପତ୍ରର ଯାଞ୍ଚ ହୋଇଥିଲା। ବିଜେଡିର ୩ ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ର ଉପସ୍ଥିତ ଥିଲେ। ପାଖାପାଖି ୨ ଘଣ୍ଟା ପରେ ପଦାକୁ ଆସିଲେ ସୁବାସ। ଅଭିଯୋଗ କଲେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ମିଥ୍ୟା ସତ୍ୟପାଠ ପ୍ରଦାନ କରିଛନ୍ତି। ତାଙ୍କ ନାଁରେ ଥିବା ୪ ଟି ଅପରାଧୀକ ମାମଲାକୁ ସେ ସତ୍ୟପାଠରେ ଦେଖାଇ ନାହାଁନ୍ତି। କୋର୍ଟରେ ଦାଖଲ ଅଭିଯୋଗ ଅନୁସାରେ ଗୋଟିଏ ମାମଲାରେ ପୁରୀ ଗଡିଶଗଡ଼ ଥାନାରେ ଆଇପିସିର ଦଫା ୩୪୧, ୩୨୩, ୨୯୪, ୪୫୨, ୩୫୪, ୫୦୬, ୧୨୦ ବି ଓ ୩୪ରେ ମାମଲା ରୁଜୁ ହୋଇଛି। ଅନ୍ୟ ତିନୋଟି ଅପରାଧୀକ ମାମଲା ନଂ 1 CC 4653, 1CC 627, 1 CC 4778  ତଥ୍ୟ ମଧ୍ୟ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ରଖିଥିଲେ ସୁବାସ। ସେହିପରି ଅଚ୍ୟୁତଙ୍କ ନାଁ ୨ ଟି ନିର୍ବାନମଣ୍ଡଳୀର ଭୋଟର ଲିଷ୍ଟରେ ଥିବାର ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ। ଗୋଟିଏ ଥିଲା କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଜ ଗାଁ କଲରାବାଙ୍କ ଓ ଅନ୍ୟଟି ଥିଲା ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ନିଳାଦ୍ରୀ ବିହାରର। ଅଚ୍ୟୁତ ଏବେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ଅଧୀନରେ ଥିବା ସାଇନ୍ସ କଂଗ୍ରେସର ସଭାପତି ଥିବାରୁ ଏହା ଅଫିସ୍ ଅଫ୍ ପ୍ରଫିଟ୍ ଆଇନରେ ଆସୁଥିବା ନେଇ ଅଭିଯୋଗ କରିଥିଲେ ସୁବାସ। ତେବେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଚ୍ୟୁତ ସାମନ୍ତ।
ସ୍ୱାଧୀନ ପ୍ରାର୍ଥୀ ସୁବାସଙ୍କ ଆବେଦନରେ ଆବଶ୍ୟକ ପ୍ରସ୍ତାବକ ନଥିବାରୁ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଅନ୍ୟ ୩ ଜଣ ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା କହିଛନ୍ତି ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ।
Ordigital Desk
• Published: Tuesday, 13 March 2018
• Updated: 13 March 2018, 10:36 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos