ଭଦ୍ରକରେ ଇଣ୍ଟରନେଟ୍‌ ସେବା ବନ୍ଦ

ଭଦ୍ରକ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀରାମ ନବମୀ। ଏଥିପାଇଁ ଭଦ୍ରକ ସହର ଚଳଚଞ୍ଚଳ ହୋଇଠିଛି। ରାମ ନାମ ସଂକୀର୍ତ୍ତନରେ କମ୍ପୁଛି ଗାନ୍ଧି ପଡ଼ିଆ। ଉତ୍ସବ ସ୍ଥଳରେ ଏକାଠି ହୋଇ ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ଗାୟନ କରୁଛନ୍ତି ସାଧୁ ଏବଂ ସନ୍ଥ। ଆଜି ଦିନ ତମାମ ଗାନ୍ଧି ପଡ଼ିଆରେ ଲାଗି ରହିଥିଲା ଏଭଳି ଆଧ୍ୟାତ୍ମିକ ପରିବେଶ। ପୁରୀରୁ ଆସିଥିବା ବ୍ରାହ୍ମଣମାନେ ପାଠ କରିଥିଲେ ଅଖଣ୍ଡ ହନୁମାନ ଚାଳିଶା। ନାମଯଜ୍ଞରେ ବହୁ ସଂଖ୍ୟାରେ ସାଧାରଣ ଲୋକ ମଧ୍ୟ ସାମିଲ […]

ramanabami prepasation in bhadrak

ramanabami prepasation in bhadrak

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 07:30 PM IST

Sports

Latest News

ଭଦ୍ରକ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀରାମ ନବମୀ। ଏଥିପାଇଁ ଭଦ୍ରକ ସହର ଚଳଚଞ୍ଚଳ ହୋଇଠିଛି। ରାମ ନାମ ସଂକୀର୍ତ୍ତନରେ କମ୍ପୁଛି ଗାନ୍ଧି ପଡ଼ିଆ। ଉତ୍ସବ ସ୍ଥଳରେ ଏକାଠି ହୋଇ ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ଗାୟନ କରୁଛନ୍ତି ସାଧୁ ଏବଂ ସନ୍ଥ। ଆଜି ଦିନ ତମାମ ଗାନ୍ଧି ପଡ଼ିଆରେ ଲାଗି ରହିଥିଲା ଏଭଳି ଆଧ୍ୟାତ୍ମିକ ପରିବେଶ। ପୁରୀରୁ ଆସିଥିବା ବ୍ରାହ୍ମଣମାନେ ପାଠ କରିଥିଲେ ଅଖଣ୍ଡ ହନୁମାନ ଚାଳିଶା। ନାମଯଜ୍ଞରେ ବହୁ ସଂଖ୍ୟାରେ ସାଧାରଣ ଲୋକ ମଧ୍ୟ ସାମିଲ ହୋଇଥିଲେ। ଏଯାଏଁ ଉତ୍ସବ ବେଶ ସୁରୁଖୁରରେ ଚାଲିଛି। ଆସନ୍ତାକାଲି ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ନଗର ସଂକୀର୍ତ୍ତନ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ କରାଇବା ଲାଗି ସମସ୍ତଙ୍କ ସହଯୋଗ କାମନା କରିଛି ଶ୍ରୀରାମ ମହାଯଜ୍ଞ ସମିତି। ଅନ୍ୟପକ୍ଷରେ ସୋସିଆଲ ମିଡ଼ିଆର ଅପବ୍ୟବହାର ରୋକିବା ପାଇଁ ଜିଲ୍ଲାପ୍ରଶାସନ ଇଣ୍ଟରନେଟ୍‌ ବନ୍ଦ କରିଛି। ଭଦ୍ରକ ସହରରେ ୪୮ ଘଣ୍ଟା ଧରି ଏହି ଇଣ୍ଟରନେଟ୍‌ ସେବା ବନ୍ଦ ରହିବ।

ଆସନ୍ତାକାଲି ହେବାକୁ ଥିବା ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଓ ୫୦ରୁ ଅଧିକ ମେଢ଼ ସାମିଲ ହେବେ। ପୁରୁଣା ରୁଟ୍ ଦେଇ ଶୋଭାଯାତ୍ରା ସହର ପରିକ୍ରମା କରିବ। ଏହାକୁ ଦୃଷ୍ଟିରେ ରଖି ପୋଲିସ ଛାଉଣୀରେ ପରିଣତ ହୋଇଛି ଭଦ୍ରକ ସହର। ଏହି ସମୟରେ ଯେପରି କୌଣସି ବିଶୃଙ୍ଖଳା ନହୁଏ, ସେଥିପାଇଁ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ୍ ଫୋର୍ସ। ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ଲାଗି ୪ ଜଣ କମାଣ୍ଡାଣ୍ଟ୍ ଓ ୭୦ ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି। ସେପଟେ ସୋସିଆଲ ମିଡିଆରେ ଯେଭଳି କୌଣସି ଗୁଜବ ପ୍ରଚାର ନହୁଏ ସେଥିପାଇଁ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌କୁ ବି କାମରେ ଲଗାଯାଇଛି।

ଚଳିତ ବର୍ଷ ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ଉତ୍ସବ ଆୟୋଜନର ଗୋଟିଏ ଦିନ ପୂର୍ବରୁ ସହରରେ କୌଣସି ଶୋଭାଯାତ୍ରା ଆୟୋଜନ ଉପରେ କଟକଣା ସହ ୧୪୪ ଧାରା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଟକଣା ହଟିବାରୁ ଗତକାଲି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos