ରଙ୍ଗବତୀ ରିଟର୍ଣ୍ଣସକୁ ନେଇ ବରଗଡରେ ବିତର୍କ କାର୍ଯ୍ୟକ୍ରମ

ବରଗଡ: ରଙ୍ଗବତୀ ରିଟର୍ଣ୍ଣସ୍ ଗୀତକୁ ନେଇ ଏବେ ସାରା ରାଜ୍ୟରେ ଝଡ ସୃଷ୍ଟି ହୋଇଛି । ଏହାକୁ ନେଇ ବରଗଡ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ପ୍ରତିକ୍ରିୟା । ବରଗଡଠାରେ ରଙ୍ଗବତୀ ଗୀତକୁ ନେଇ ଏକ ବିତର୍କ ଆୟୋଜିତ ହୋଇଯାଇଛି । ଏଥିରେ ବହୁ ବୁଦ୍ଧିଜୀବି ଯୋଗଦେଇ ରଙ୍ଗବତୀ ରିଟର୍ଣ୍ଣସ୍ ଗୀତକୁ ନନ୍ଦା କରିଛନ୍ତି । ଏହାସହ ଏବେ ରଙ୍ଗବତୀ ଗୀତ ଏକ ଭାଷା ଆନ୍ଦୋଳନରେ ପରିଣତ ହୋଇଥିବା ସେମାନେ ମତ ଦେଇଛନ୍ତି । ବିତର୍କରେ ବୁଦ୍ଧିଜୀବିମାନେ […]

rangabati

rangabati

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 04:38 PM IST

Sports

Latest News

ବରଗଡ: ରଙ୍ଗବତୀ ରିଟର୍ଣ୍ଣସ୍ ଗୀତକୁ ନେଇ ଏବେ ସାରା ରାଜ୍ୟରେ ଝଡ ସୃଷ୍ଟି ହୋଇଛି । ଏହାକୁ ନେଇ ବରଗଡ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ପ୍ରତିକ୍ରିୟା । ବରଗଡଠାରେ ରଙ୍ଗବତୀ ଗୀତକୁ ନେଇ ଏକ ବିତର୍କ ଆୟୋଜିତ ହୋଇଯାଇଛି । ଏଥିରେ ବହୁ ବୁଦ୍ଧିଜୀବି ଯୋଗଦେଇ ରଙ୍ଗବତୀ ରିଟର୍ଣ୍ଣସ୍ ଗୀତକୁ ନନ୍ଦା କରିଛନ୍ତି । ଏହାସହ ଏବେ ରଙ୍ଗବତୀ ଗୀତ ଏକ ଭାଷା ଆନ୍ଦୋଳନରେ ପରିଣତ ହୋଇଥିବା ସେମାନେ ମତ ଦେଇଛନ୍ତି ।

ବିତର୍କରେ ବୁଦ୍ଧିଜୀବିମାନେ କହିଛନ୍ତି ଯେ, ରଙ୍ଗବତୀ ଆଉ ନାରୀ ହୋଇ ରହିନାହିଁ । ତାକୁ ରଙ୍ଗ କରିଦିଆଯାଇଛି । ସମ୍ବଲପୁରୀ ଭାଷାରେ ରଙ୍ଗ କହିଲେ ତୃତୀୟ ଲିଙ୍ଗକୁ ବୁଝାଏ । ରଙ୍ଗବତୀ ରିଟର୍ଣ୍ଣସ୍ ନାମରେ ପଶ୍ଚିମ ଓଡ଼ିଶାର ନାରୀଙ୍କୁ ରଙ୍ଗ କରାଯାଇଛି । ଯାହା ନାରୀଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିଛି । ବରଗଡସ୍ଥିତ ଗାନ୍ଧି ସ୍ମୃତି ପାଠାଗାର ପରିସରରେ ଏହି ବିତର୍କ କାର୍ଯ୍ୟକ୍ରମ ହୋଇଥିଲା । ଏମଟିଭି କୋ ଷ୍ଟୁଡିଓ ପକ୍ଷରୁ ରଙ୍ଗବତୀ ରିଟର୍ଣ୍ଣସ୍ ନାମରେ ପ୍ରସ୍ତୁତ ହୋଇଥିବା ଗୀତକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଛି । ରଙ୍ଗବତୀ ପଶ୍ଚିମ ଓଡ଼ିଶାର ପରିଚୟ । ଏହି ଗୀତ ଯୋଗୁ ଭାରତବର୍ଷରେ ସମ୍ବଲପୁର ଭାଷାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି । ରଙ୍ଗବତୀ ରିଟର୍ଣ୍ଣସ୍ ନାମରେ ଏହାକୁ ଯେପରି ବିକୃତ କରାଯାଇଛି ତାହା ଅକ୍ଷମଣୀୟ ଅପରାଧ ବୋଲି ମତ ପ୍ରକାଶ ପାଇଥିଲା । ଗୀତ ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ସମଗ୍ର ଓଡ଼ିଶା ତଥା ଓଡ଼ିଆ ଜାତି ପ୍ରତି ଅସମ୍ମାନ କରାଯାଇଛି ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଥିଲେ ।

ଭେଡେନ ମନୋହର ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ଏହି ବିତର୍କରେ ମୁଖ୍ୟ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନଙ୍କ ସହ ଚାଷୀ ନେତା ଲିଙ୍ଗରାଜ, ବହୁ କବି, ଲେଖକ, ସଂସ୍କୃତି ପ୍ରେମୀ, କଳାପ୍ରେମୀ, ସାମାଜିକ କର୍ମୀ ତଥା ବୁଦ୍ଧିଜୀବି ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ସଂସଦର ସଭାପତି ଉତ୍ପନ୍ନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାପର୍ଣ୍ଣ କରିଥିଲେ । ସଞ୍ଜୀବ ବଣିଆ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos