ରଥଯାତ୍ରା ବେଳେ ପୁରୀରେ ମୁତୟନ ହେବେ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍ ଓ ଏସଓଜି

ପୁରୀ: ନକକଳେବର ରଥଯାତ୍ରା ସୁରୁଖୁରରେ ସଂପନ୍ନ କରିବାକୁ ଆଜି ପୁରୀରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ୍ ଡିଜି ସଂଜୀବ ମାରିକ। ରଥଯାତ୍ରା ସମୟରେ ପୁରୀରେ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍ ସହ ଏସଓଜିର ୨ଟି ୟୁନିଟ୍ ମୁତୟନ ହେବେ। ତା’ଛଡ଼ା କୋଷ୍ଟାଲ୍ ସିକ୍ୟୁରିଟି, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ଉପରେ ଡିଜି ଗୁରୁତ୍ୱ ଦେଇଛନ୍ତି। ଏସପି ରାଙ୍କର ୧୧ ଜଣ ଅଧିକାରୀ, ଡେପୁଟି କମାଣ୍ଡାଣ୍ଟ ରାଙ୍କର ୧୫ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ ସରିବା ସହ […]

dg

dg

Rakesh Mallick
  • Published: Friday, 03 July 2015
  • Updated: 03 July 2015, 03:44 PM IST

Sports

Latest News

ପୁରୀ: ନକକଳେବର ରଥଯାତ୍ରା ସୁରୁଖୁରରେ ସଂପନ୍ନ କରିବାକୁ ଆଜି ପୁରୀରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ୍ ଡିଜି ସଂଜୀବ ମାରିକ। ରଥଯାତ୍ରା ସମୟରେ ପୁରୀରେ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍ ସହ ଏସଓଜିର ୨ଟି ୟୁନିଟ୍ ମୁତୟନ ହେବେ। ତା’ଛଡ଼ା କୋଷ୍ଟାଲ୍ ସିକ୍ୟୁରିଟି, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ଉପରେ ଡିଜି ଗୁରୁତ୍ୱ ଦେଇଛନ୍ତି। ଏସପି ରାଙ୍କର ୧୧ ଜଣ ଅଧିକାରୀ, ଡେପୁଟି କମାଣ୍ଡାଣ୍ଟ ରାଙ୍କର ୧୫ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ ସରିବା ସହ ୧୦୦ ପ୍ଲାଟୁନରୁ ଅଧିକ ଫେ।ର୍ସ ମୁତୟନ ହେବେ। ତା’ଛଡ଼ା ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ପରିସରରେ ୬୦ଟି, ବଡ଼ଦାଣ୍ଡରେ ୪୦ଟି ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୬୫ଟି ସିସିଟିଭି ଲଗାଯାଇଥିବା ଡିଜିପି ସୂଚନା ଦେଇଛନ୍ତି। ସମୀକ୍ଷା ବୈଠକରେ ନବକଳେବର ଓଏସଡି ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଆଇଜି ଆର୍.ପି କୋଚେ, ପୁରୀ ଏସପି ଆଶିଷ ସିଂ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos