ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତଙ୍କ ଅସ୍ୱାଭାବିକ ମୃତ୍ୟୁ ହେଲେ ମିଳିବ ୫ଲକ୍ଷ ଟଙ୍କାର ବୀମା

ଭୁବନେଶ୍ୱର: ରଥଯାତ୍ରାବେଳେ ପୁରୀ ଆସୁଥିବା କୌଣସି ଭକ୍ତଙ୍କ ଅସ୍ୱାଭାବିକ ମୃତ୍ୟୁ ହେଲେ ମିଳିବ ୫ଲକ୍ଷ ଟଙ୍କାର ବୀମା। ଖାଲି ଭକ୍ତ ନୁହଁନ୍ତି, ସେବାୟତ, ବିଭିନ୍ନ ବିଭାଗର କର୍ମଚାରୀ ଓ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ଗୁଣ୍ଡିଚା ମନ୍ଦିର ସମେତ ପୁରୀ ମ୍ୟୁନିସିପାଲିଟି ଅଧୀନରେ ଆସୁଥିବା ଯେକୌଣସି ସ୍ଥାନରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ଘଟିଲେ ତାଙ୍କ ପରିବାର ଲୋକଙ୍କୁ ଏହି ବୀମା ସୁବିଧା ମିଳବ। […]

puri

puri

Rakesh Mallick
  • Published: Tuesday, 14 July 2015
  • Updated: 14 July 2015, 02:08 AM IST

Sports

Latest News

ଭୁବନେଶ୍ୱର: ରଥଯାତ୍ରାବେଳେ ପୁରୀ ଆସୁଥିବା କୌଣସି ଭକ୍ତଙ୍କ ଅସ୍ୱାଭାବିକ ମୃତ୍ୟୁ ହେଲେ ମିଳିବ ୫ଲକ୍ଷ ଟଙ୍କାର ବୀମା। ଖାଲି ଭକ୍ତ ନୁହଁନ୍ତି, ସେବାୟତ, ବିଭିନ୍ନ ବିଭାଗର କର୍ମଚାରୀ ଓ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ଗୁଣ୍ଡିଚା ମନ୍ଦିର ସମେତ ପୁରୀ ମ୍ୟୁନିସିପାଲିଟି ଅଧୀନରେ ଆସୁଥିବା ଯେକୌଣସି ସ୍ଥାନରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ଘଟିଲେ ତାଙ୍କ ପରିବାର ଲୋକଙ୍କୁ ଏହି ବୀମା ସୁବିଧା ମିଳବ। ନେତ୍ର ଉତ୍ସବରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ। ତା’ସହ ଶ୍ରୀମନ୍ଦିର ଭିତରେ ମଧ୍ୟ ଏହି ସୁବିଧା ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos