ରଥଯାତ୍ରା ସୁରକ୍ଷା ଚିନ୍ତା: ପୋଲିସ ଅଫିସରଙ୍କୁ ଦିଆଗଲା ତାଲିମ

puri

ପୁରୀ: ନବକଳେବର ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଦାୟିତ୍ୱରେ ଥିବା ପୋଲିସ ଅଫିସର ଓ ଫୋର୍ସଙ୍କୁ ଅବଗତ କରାଯାଇଛି। ପୁରୀ ରିଜର୍ଭ ପୋଲିସ ଲାଇନ ପରିସରରେ କେନ୍ଦ୍ରାଞ୍ଚଳ ଆଇ.ଜି. ଆର୍. ପି. କୋଚେଙ୍କ ଅଧ୍ୟକ୍ଷତାର ହୋଇଥିବା ଏକ ବୈଠକରେ ଏନେଇ ସୂଚନା ଦିଆଯାଇଥିଲା। ଯାତ୍ରୀଙ୍କ ସୁରକ୍ଷା, ଭିଡ ଓ ଟ୍ରାଫିକ୍ ନିୟନ୍ତ୍ରଣ ସହ ସିସିଟିଭି କ୍ୟାମେରାର ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା। ପୁରୀକୁ ଆସୁଥିବା ସମସ୍ତ ଭକ୍ତ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସମସ୍ତଙ୍କୁ କୁହାଯାଇଥିଲା।

Previous ArticleNext Article

Send this to a friend