ରତ୍ନଭଣ୍ଡାରକୁ କିଏ ଯିବେ, ଆଜି ନିଷ୍ପତ୍ତି

<p>ପୁରୀ(ଓଡ଼ିଶା ରିପୋର୍ଟର): ଆଜି ବସିବ ଛତିଶା ନିଯୋଗ ବୈଠକ। ରତ୍ନ ଭଣ୍ଡାରରେ କିଏ କିଏ ପ୍ରବେଶ କରିବେ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହାସହ ଏନେଇ ତାରିଖ ମଧ୍ୟ ନିର୍ଦ୍ଧାରିତ ହେବ। ରତ୍ନ ଭଣ୍ଡାର ଯାଞ୍ଚର ଭିଡିଓଗ୍ରାଫି କରାଯିବ। ଏହାପୂର୍ବରୁ ଗତକାଲି ଆୟୋଜିତ ହୋଇଯାଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଅନୁମତି ଦେବା ପରେ ଏନେଇ ନିର୍ଦ୍ଧାରିତ ହୋଇଛି ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରୋସିଜିୟୋର (ଏସ୍ଓପି)। ରତ୍ନ ଭଣ୍ଡାର ଯାଞ୍ଚ ବେଳେ କାନ୍ଥ ଓ ଛାତ ବିନା ଅନ୍ୟ କୌଣସି ଜିନିଷକୁ ଛୁଇଁବାକୁ ମନା ହୋଇଥିବା ନିଷ୍ପତ୍ତି ହୋଇଛି। ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍କାନିଂ କରାଯିବ। ଯେପରି କେହି କୌଣସି ବୈଦ୍ୟୁତିକ୍ ସାମଗ୍ରୀ ନ ନେବେ ସେ ନେଇ କଡ଼ା ଯାଞ୍ଚ ହେବ। ଏପରିକି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଗାମୁଛା ପ୍ରଦାନ ହେବ। ଯାହାକୁ ରତ୍ନଭଣ୍ଡାର ପ୍ରବେଶ କରୁଥିବା ବ୍ୟକ୍ତି ବିଶେଷ ପିନ୍ଧିବେ। ଏହାସହ ସାଙ୍ଗରେ ସ୍ନେକ୍ ହେଲପ୍ ଲାଇନ୍ ଟିମ୍ ମଧ୍ୟ ଯିବେ ବୋଲି ସୂଚନା ମିଳିଛି।</p> <p>ବୁଧବାର ଆୟୋଜିତ ପରିଚାଳନା କମିଟି ବୈଠକରେ ୨୦୧୮-୧୯ ବର୍ଷ ଲାଗି ୧୬୯ କୋଟି ୫୦ ଲକ୍ଷର ବଜେଟ୍ ଗୃହୀତ ହୋଇଛି। ଚଳିତ ଥର ବଜେଟ୍&zwnj;ର ଫୋକସରେ ଗୁରୁକୁଳ ଆଶ୍ରମ ସ୍କୁଲ୍ ଓ ସେବାୟତ ବାସଗୃହ ଯୋଜନା ରହିଛି। ଏହାସହ ଭକ୍ତଙ୍କୁ ମାଗଣାରେ ପ୍ରସାଦ ବଣ୍ଟନ ପାଇଁ ଦେଢ଼ କୋଟି&nbsp; ବ୍ୟୟ ବରାଦ ହୋଇଛି।</p>

Ordigital Desk
  • Published: Thursday, 29 March 2018
  • Updated: 29 March 2018, 08:24 AM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ଆଜି ବସିବ ଛତିଶା ନିଯୋଗ ବୈଠକ। ରତ୍ନ ଭଣ୍ଡାରରେ କିଏ କିଏ ପ୍ରବେଶ କରିବେ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହାସହ ଏନେଇ ତାରିଖ ମଧ୍ୟ ନିର୍ଦ୍ଧାରିତ ହେବ। ରତ୍ନ ଭଣ୍ଡାର ଯାଞ୍ଚର ଭିଡିଓଗ୍ରାଫି କରାଯିବ। ଏହାପୂର୍ବରୁ ଗତକାଲି ଆୟୋଜିତ ହୋଇଯାଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଅନୁମତି ଦେବା ପରେ ଏନେଇ ନିର୍ଦ୍ଧାରିତ ହୋଇଛି ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରୋସିଜିୟୋର (ଏସ୍ଓପି)। ରତ୍ନ ଭଣ୍ଡାର ଯାଞ୍ଚ ବେଳେ କାନ୍ଥ ଓ ଛାତ ବିନା ଅନ୍ୟ କୌଣସି ଜିନିଷକୁ ଛୁଇଁବାକୁ ମନା ହୋଇଥିବା ନିଷ୍ପତ୍ତି ହୋଇଛି। ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍କାନିଂ କରାଯିବ। ଯେପରି କେହି କୌଣସି ବୈଦ୍ୟୁତିକ୍ ସାମଗ୍ରୀ ନ ନେବେ ସେ ନେଇ କଡ଼ା ଯାଞ୍ଚ ହେବ। ଏପରିକି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଗାମୁଛା ପ୍ରଦାନ ହେବ। ଯାହାକୁ ରତ୍ନଭଣ୍ଡାର ପ୍ରବେଶ କରୁଥିବା ବ୍ୟକ୍ତି ବିଶେଷ ପିନ୍ଧିବେ। ଏହାସହ ସାଙ୍ଗରେ ସ୍ନେକ୍ ହେଲପ୍ ଲାଇନ୍ ଟିମ୍ ମଧ୍ୟ ଯିବେ ବୋଲି ସୂଚନା ମିଳିଛି।</p><p>ବୁଧବାର ଆୟୋଜିତ ପରିଚାଳନା କମିଟି ବୈଠକରେ ୨୦୧୮-୧୯ ବର୍ଷ ଲାଗି ୧୬୯ କୋଟି ୫୦ ଲକ୍ଷର ବଜେଟ୍ ଗୃହୀତ ହୋଇଛି। ଚଳିତ ଥର ବଜେଟ୍&zwnj;ର ଫୋକସରେ ଗୁରୁକୁଳ ଆଶ୍ରମ ସ୍କୁଲ୍ ଓ ସେବାୟତ ବାସଗୃହ ଯୋଜନା ରହିଛି। ଏହାସହ ଭକ୍ତଙ୍କୁ ମାଗଣାରେ ପ୍ରସାଦ ବଣ୍ଟନ ପାଇଁ ଦେଢ଼ କୋଟି&nbsp; ବ୍ୟୟ ବରାଦ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos