ହାଇକୋର୍ଟରେ ରତ୍ନଭଣ୍ଡାର ଯାଞ୍ଚର ରିପୋର୍ଟ ଦାଖଲ

କଟକ (ଓଡ଼ିଶା ରିପୋର୍ଟର): ଗତକାଲି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଞ୍ଚ ପରେ ଆଜି ଏହାର ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଛି। ଏହାସହ ଶ୍ରୀମନ୍ଦିର ଜଗମୋହନ ମରାମତି ସତ୍ୟପାଠ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଦାଖଲ କରିଛି। ଜଗମୋହନ ଖୋଲିବା ସଂପର୍କରେ କୋର୍ଟରେ ସତ୍ୟପାଠ ଦିଆଯାଇଛି। ତେବେ ଏହା ନିର୍ଦ୍ଦିଷ୍ଟ ଭାବେ କେବେ ଖୋଲିବ ସତ୍ୟପାଠରେ ଦର୍ଶାଯାଇ ନଥିବାରୁ କୋର୍ଟ ବିରକ୍ତି ହୋଇଥିଲେ।  ଜଗମୋହନ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଜଣାଇବାକୁ ହାଇକୋର୍ଟ କଡ଼ା ତାଗିଦ କରିଛନ୍ତି। ଯଦି  ନିର୍ଦ୍ଦିଷ୍ଟ ଭାବେ ତାରିଖ […]

odisha-HC

odisha-HC

Rakesh Mallick
  • Published: Thursday, 05 April 2018
  • Updated: 05 April 2018, 05:23 PM IST

କଟକ (ଓଡ଼ିଶା ରିପୋର୍ଟର): ଗତକାଲି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଞ୍ଚ ପରେ ଆଜି ଏହାର ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଛି। ଏହାସହ ଶ୍ରୀମନ୍ଦିର ଜଗମୋହନ ମରାମତି ସତ୍ୟପାଠ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଦାଖଲ କରିଛି।

ଜଗମୋହନ ଖୋଲିବା ସଂପର୍କରେ କୋର୍ଟରେ ସତ୍ୟପାଠ ଦିଆଯାଇଛି। ତେବେ ଏହା ନିର୍ଦ୍ଦିଷ୍ଟ ଭାବେ କେବେ ଖୋଲିବ ସତ୍ୟପାଠରେ ଦର୍ଶାଯାଇ ନଥିବାରୁ କୋର୍ଟ ବିରକ୍ତି ହୋଇଥିଲେ।  ଜଗମୋହନ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଜଣାଇବାକୁ ହାଇକୋର୍ଟ କଡ଼ା ତାଗିଦ କରିଛନ୍ତି। ଯଦି  ନିର୍ଦ୍ଦିଷ୍ଟ ଭାବେ ତାରିଖ ନଜଣାଇଲେ, ମୁଖ୍ୟ ପ୍ରଶାସକ ହାଜର ହେବେ ବୋଲି କୋର୍ଟ କହିଛନ୍ତି।

ସେହିପରି ସିଲ୍ ଲଫାପାରେ ରତ୍ନଭଣ୍ଡାର ଯାଞ୍ଚ ସଂପର୍କିତ ରିପୋର୍ଟ ବି ଦାଖଲ ହୋଇଛି। ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଗତକାଲି ରତ୍ନଭଣ୍ଡାରର ବାହାର ଗୃହ ଯାଞ୍ଚ ବେଳେ କାନ୍ଥ ଓଦା ଥିବା ଯାଞ୍ଚକାରୀ ଦଳ ଜାଣିବାକୁ ପାଇଥିଲେ। ଏହାସହ ଭିତର ଗୃହର କାନ୍ଥରୁ ସିମେଣ୍ଟ ଖସିଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos