ରତ୍ନପୁରରେ ରଥଯାତ୍ରା ପ୍ରସ୍ତୁତି

bolangir

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା  ଦେଓଗାଁ ବ୍ଲକ୍ ରତ୍ନପୁରରେ ସାଇ ସମିତି ତରଫରୁ ପ୍ରଥମ ଥର ପାଇଁ ଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ କରାଯାଇଛି। ସାଇ ଭକ୍ତ ମାନେ ତିନି ବିଗ୍ରହଙ୍କୁ ଗାଁକୁ ଆଣିବା ପରେ ଗାଁରେ ପରିକ୍ରମା କରାଯାଇଥିଲା। ପରେ  ଗାଁର ବ୍ଲକ୍ ଘରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା।

ଆସନ୍ତାକାଲି ତିନି ଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏଠାକାର ରଥଯାତ୍ରାର ଏକ ସ୍ୱାତନ୍ତ୍ରତା ରହିଛି। ତିନି ଠାକୁରଙ୍କ ପହଣ୍ଡି ଗାଁର ଆଦିବାସୀ ସଂପ୍ରଦାୟର ଲୋକେ କରାଇଥାନ୍ତି। ଆଦିବାସୀ ଲୋକେ ଭକ୍ତି ଭାବ ସହିତ ଗାଁରେ ରଥଯାତ୍ରା ପାଳନ କରନ୍ତି।

Previous ArticleNext Article

Send this to a friend