ରାଉରକେଲାରେ ଡବଲ ମର୍ଡର

ରାଉରକେଲା: ରାଉରକେଲାର ହନୁମାନ ବାଟିକା ଅଞ୍ଚଳରେ ଆଜି ହୋଇଛି ଡବଲ୍ ମର୍ଡର। ହନୁମାନ ବାଟିକା ଅଞ୍ଚଳର ଏକ ଗ୍ୟାରଜ ନିକଟସ୍ଥ ପଡ଼ିଆରୁ ମିଳିଛି ଦୁଇ ଜଣଙ୍କ ମୃତ ଦେହ। ଏମାନଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ପୁରୁଷ। ମହିଳାଙ୍କ ବୟସ ପ୍ରାୟ ୪୨ ବର୍ଷ ହୋଇଥିବା ବେଳେ ପୁରୁଷଙ୍କ ବୟସ ୩୫ ବର୍ଷ ପାଖାପାଖି ହେବ ବୋଲି ପୋଲିସ୍ କହିଛି। ମୃତ ମହିଳାଙ୍କ ନାମ ଜଣାପଡ଼ିନାହିଁ। ତେବେ ମୃତ ଯୁବକଙ୍କ ନାଁ […]

doublemurder

doublemurder

Rakesh Mallick
  • Published: Monday, 20 July 2015
  • Updated: 20 July 2015, 08:06 AM IST

Sports

Latest News

ରାଉରକେଲା: ରାଉରକେଲାର ହନୁମାନ ବାଟିକା ଅଞ୍ଚଳରେ ଆଜି ହୋଇଛି ଡବଲ୍ ମର୍ଡର। ହନୁମାନ ବାଟିକା ଅଞ୍ଚଳର ଏକ ଗ୍ୟାରଜ ନିକଟସ୍ଥ ପଡ଼ିଆରୁ ମିଳିଛି ଦୁଇ ଜଣଙ୍କ ମୃତ ଦେହ। ଏମାନଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ପୁରୁଷ। ମହିଳାଙ୍କ ବୟସ ପ୍ରାୟ ୪୨ ବର୍ଷ ହୋଇଥିବା ବେଳେ ପୁରୁଷଙ୍କ ବୟସ ୩୫ ବର୍ଷ ପାଖାପାଖି ହେବ ବୋଲି ପୋଲିସ୍ କହିଛି। ମୃତ ମହିଳାଙ୍କ ନାମ ଜଣାପଡ଼ିନାହିଁ। ତେବେ ମୃତ ଯୁବକଙ୍କ ନାଁ ହାବିଲ ଟପ୍ପୋ। ସେ ଖରିଆପଡ଼ା ବସ୍ତିର ବୋଲି ଜଣାପଡ଼ିଛି।

ମୃତ ମହିଳା ଜଣଙ୍କ ଗ୍ୟାରେଜରେ ତାଙ୍କ ସ୍ୱାମୀ ସହିତ ରହୁଥିଲେ। ଘଟଣାଟି ଆଜି ଭୋର ପ୍ରାୟ ଚାରିଟାରୁ ସାଢ଼େ ୪ଟା ମଧ୍ୟରେ ଘଟିଥିବା ପୋଲିସ୍ କହୁଥିବା ବେଳେ ମୃତ ମହିଳାଙ୍କର ସ୍ୱାମୀଙ୍କର କୌଣସି ପତ୍ତା ମିଳୁନାହିଁ। ସେ ଫେରାର ଅଛନ୍ତି ନା ତାଙ୍କୁ ବି କେହି ମାରି ଦେଇଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ତେବେ ପୋଲିସ୍ ତାଙ୍କର ସନ୍ଧାନ କରୁଛି। ଏକ ବାର୍ସି ସାହାଯ୍ୟରେ ଉଭୟଙ୍କୁ ହତ୍ୟା କରାଯାଇଥିବା ପୋଲିସ୍ ସନ୍ଦେହ କରୁଛି। ଘଟଣାସ୍ଥଳରୁ ଏକ ରକ୍ତଭିଜା ବାଡ଼ି ମଧ୍ୟ ମିଳିଛି। ଏଣୁ ପୋଲିସ ସନ୍ଦେହ କରୁଛି ପ୍ରଥମେ ମାଡ଼ ମାରିବା ପରେ ଏ ଦୁହିଁଙ୍କୁ ହତ୍ୟା କରାଯାଇଛି।  ଖବର ଲେଖାଯିବା ବେଳକୁ ଘଟଣାସ୍ଥଳରେ ପୋଲିସର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିଭିନ୍ନ ନମୂନା ସଂଗ୍ରହ କରୁଥିଲା।

ହତ୍ୟାର କାରଣ ସଂପର୍କରେ କିଛି ଜଣାପଡ଼ିନାହିଁ। ତେବେ ପୋଲିସ୍ ସନ୍ଦେହ କରୁଛି କୌଣସି ପ୍ରସଙ୍ଗକୁ ନେଇ ହଠାତ୍ ଉତ୍ତେଜନା ପ୍ରକାଶ ପାଇବା ପରେ ଏହି ହତ୍ୟାକାଣ୍ଡ ଘଟିଥାଇପାରେ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗ୍ୟାରେଜର ମାଲିକ ଏହି ସ୍ୱାମୀସ୍ତ୍ରୀଙ୍କ ନାଁ ମଧ୍ୟ ଜାଣି ନାହାନ୍ତି। ନାଁ ନଜାଣି ସେ ସେମାନଙ୍କୁ ସେଠାରେ  କିପରି ରଖିଥିଲେ ବୋଲି ପ୍ରଶ୍ନ ଉଠିଛି। ସେମାନେ ରାଞ୍ଚିରୁ ଆସି ଏଠାରେ ରହୁଥିଲେ ବୋଲି ଗ୍ୟାରେଜ ମାଲିକ କହିଛନ୍ତି। ଅନ୍ୟପକ୍ଷରେ ମୃତ ଯୁବକ ହାବିଲ ଟପ୍ପୋଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ଡ୍ରାଇଭାର ଭାବେ କାମ କରୁଥିଲା। ସେ ଦୁଇ ତିନି ମାସ ହେଲା ଆସି ଏଠାରେ ରହୁଥିଲେ। ଗାଡ଼ି ଚଳାଉଥିବା ଯୋଗୁ ଉକ୍ତ ଗ୍ୟାରେଜବାଲା ସହିତ ତାଙ୍କର ଚିହ୍ନାପରିଚିତ ଥିଲା। ତେବେ ହତ୍ୟା କାହିଁକି ହେଲା ସେ ବିଷୟରେ ସେମାନେ କିଛି କହିପାରିବେନି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story