ରେଭେନ୍ସା ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଅଧ୍ୟାପକଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାର ଆସିଲା ପ୍ରାଥମିକ ରିପୋର୍ଟ।  ସେକ୍ସୁଆଲ ହାରାସମେଣ୍ଟ କମିଟି ଦେଇଥିବା ରିପୋର୍ଟ ଅନୁସାରେ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଅଲେଖ ସୁତାରଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ପ୍ରାଥମିକ ତଦନ୍ତକୁ ଆଧାର କରି ପ୍ରଫେସରଙ୍କ ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି କୁଳପତି ପ୍ରକାଶ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି। ତେବେ ୟୁନିଭର୍ସିଟି ଷ୍ଟାଟସ୍‌ ଆଇନ ଅନୁଯାୟୀ, ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପଟେ ବିଶ୍ୱବିଦ୍ୟାଳୟର ଶୃଙ୍ଖଳା କମିଟି […]

ravenshaw-750x430

ravenshaw-750x430

Rakesh Mallick
  • Published: Friday, 04 August 2017
  • Updated: 04 August 2017, 11:05 PM IST

Sports

Latest News

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାର ଆସିଲା ପ୍ରାଥମିକ ରିପୋର୍ଟ।  ସେକ୍ସୁଆଲ ହାରାସମେଣ୍ଟ କମିଟି ଦେଇଥିବା ରିପୋର୍ଟ ଅନୁସାରେ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଅଲେଖ ସୁତାରଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ପ୍ରାଥମିକ ତଦନ୍ତକୁ ଆଧାର କରି ପ୍ରଫେସରଙ୍କ ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି କୁଳପତି ପ୍ରକାଶ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି। ତେବେ ୟୁନିଭର୍ସିଟି ଷ୍ଟାଟସ୍‌ ଆଇନ ଅନୁଯାୟୀ, ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପଟେ ବିଶ୍ୱବିଦ୍ୟାଳୟର ଶୃଙ୍ଖଳା କମିଟି ମଧ୍ୟ ଘଟଣାର ତଦନ୍ତ କରୁଛି। ତେବେ ଅଭିଯୁକ୍ତ ଅଧ୍ୟାପକଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ବୋଲି କୁଳପତି କହିଛନ୍ତି। ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ଯେପରି ଏଭଳି ଘଟଣା ନଘଟେ, ଏନେଇ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos