ରାୟଗଡ଼ା: ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ଆକ୍ରମଣ

gunigaredi

ରାୟଗଡ଼ା: ଗୁଣିଗାରେଡି ସନ୍ଦେହରେ ଆକ୍ରମଣ ଘଟଣା ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୧୩ ତାରିଖରେ ଜିଲ୍ଲାର ବିଷକ କଟକ ଥାନା କଣ ଗାଁରେ ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ପିଟିପିଠି ମାରି ପୋଡ଼ି ଦେବା ଘଟଣା ମନରୁ ନଲିଭୁଣୁ ଆଜି ପୁଣି ଏକ ଏଭଳି ଘଟଣା ସାମ୍ନାକୁ ଆସିଛି। ଗୁଣିଗାରେଡି ସନ୍ଦେହରେ ଚାନ୍ଦିଲି ଥାନା ଅନ୍ତର୍ଗତ ଲେଲିପଦର  ଗାଁରେ ଗତକାଲି ରାତିରେ ଜୈନିକ ଦମ୍ପତ୍ତିଙ୍କୁ ଗ୍ରାମବାସୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗାଁଲୋକଙ୍କ ମାଡ଼ରେ ଆହତ ହୋଇଛନ୍ତି ପରମାନନ୍ଦ ହୁଇକା ଓ ତାଙ୍କ ପତ୍ନୀ ଲଳିତା ହୁଇକା। ଗୁରୁତର ଅବସ୍ଥାରେ ପରମାନନ୍ଦଙ୍କୁ ରାୟଗଡ଼ା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସଂପର୍କରେ ତାଙ୍କ ସ୍ତ୍ରୀ ଚାନ୍ଦିଲି ଥାନାରେ ଏକ ଏତଲା ଦେବା ପରେ ପୋଲିସ୍ ଲେଲିପଦର ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି।

Previous ArticleNext Article

Send this to a friend