ଆରଡିସିଙ୍କ ସହ ଆଲୋଚନା ପରେ ବୁର୍ଲା ଜୁନିୟର ଡାକ୍ତର ସଂଘ ଆନ୍ଦୋଳନ ସ୍ଥଗିତ

burla

ସମ୍ବଲପୁର: କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସହ ଆଲୋଚନା ପରେ ଭିମ୍‌ସାର ଜୁନିୟର ଡାକ୍ତର ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି। ୯ ଦଫା ଦାବିରେ ସଂଘ ପକ୍ଷରୁ ରବିବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା।

ସଂଘ ସହ ଆଲୋଚନା ପାଇଁ ଆଜି କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗର ଆଡିସନାଲ ସେକ୍ରେଟାରୀ, ସମ୍ବଲପୁର ଜିଲ୍ଲାପାଳ, ଭିମ୍‌ସାର ନିର୍ଦ୍ଦେଶକ ଓ ଜେଡିଏ ସଭାପତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ହସ୍ପିଟାଲରେ ଏମ୍‌ଆର୍‌ଆଇ ମେସିନ ସ୍ଥାପନ, ଭିମ୍‌ସାର ନିର୍ଦ୍ଦେଶକଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ପ୍ରଦାନ, ୨୪ ଘଣ୍ଟିଆ ବିଦ୍ୟୁତ୍‌ ଓ ପାଣି ଯୋଗାଣ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଆଦି ଦାବି ନେଇ ସଂଘ ତୁର୍ଥ ଥର ପାଇଁ ଆନ୍ଦୋଳନକୁ ଓହ୍ଲାଇ ଥିଲା।

Previous ArticleNext Article

Send this to a friend