ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ବଢ଼ିଲା ପୁଞ୍ଜିଲାଲ୍‌ଙ୍କ ରିମାଣ୍ଡ ଅବଧି

<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପୁଣି ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍&zwnj;ଡିଜେମ୍&zwnj; କୋର୍ଟରେ ହାଜର କରାଯାଇଥିଲା। ଦ୍ୱିତୀୟଥର ଲାଗି ୮ଦିନ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ପାଟଣାଗଡ଼ କୋର୍ଟ ୫ଦିନ ଅନୁମତି ଦେଇଛନ୍ତି। ୬ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ପୁଞ୍ଜିଲାଲଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ପାଟଣାଗଡ ଅଣାଯାଇଥିଲା।&nbsp; ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି।&nbsp; ସେପଟେ ଘଟଣାରେ ଏ ପର୍ଯ୍ୟନ୍ତ ରାୟପୁରର ଅଟୋ ଚାଳକଙ୍କ ପତ୍ତା ମିଳିନି।&nbsp; ରାୟପୁରରେ କ୍ରାଇମବ୍ରାଞ୍ଚର ୩ଜଣିଆ ଟିମ୍ ରହି ତଦନ୍ତ କରୁଥିବାବେଳେ ଆଇଜି ଅରୁଣ ବୋଥ୍ରା ମଧ୍ୟ ରାୟପୁର ଯାଇ ତଦନ୍ତ କରିବେ ବୋଲି ଜଣାପଡିଛି।</p>

Ordigital Desk
  • Published: Wednesday, 02 May 2018
  • Updated: 02 May 2018, 11:02 AM IST

Sports

Latest News

<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପୁଣି ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍&zwnj;ଡିଜେମ୍&zwnj; କୋର୍ଟରେ ହାଜର କରାଯାଇଥିଲା। ଦ୍ୱିତୀୟଥର ଲାଗି ୮ଦିନ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ପାଟଣାଗଡ଼ କୋର୍ଟ ୫ଦିନ ଅନୁମତି ଦେଇଛନ୍ତି। ୬ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ପୁଞ୍ଜିଲାଲଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ପାଟଣାଗଡ ଅଣାଯାଇଥିଲା।&nbsp; ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି।&nbsp; ସେପଟେ ଘଟଣାରେ ଏ ପର୍ଯ୍ୟନ୍ତ ରାୟପୁରର ଅଟୋ ଚାଳକଙ୍କ ପତ୍ତା ମିଳିନି।&nbsp; ରାୟପୁରରେ କ୍ରାଇମବ୍ରାଞ୍ଚର ୩ଜଣିଆ ଟିମ୍ ରହି ତଦନ୍ତ କରୁଥିବାବେଳେ ଆଇଜି ଅରୁଣ ବୋଥ୍ରା ମଧ୍ୟ ରାୟପୁର ଯାଇ ତଦନ୍ତ କରିବେ ବୋଲି ଜଣାପଡିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos