ରଥ ନିର୍ମାଣରେ ବିଭ୍ରାଟ: ଆଜି ବଦଳି ପାରେ ସୁଭଦ୍ରାଙ୍କ ରଥର ପହି

<p>ପୁରୀ( ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ରରେ ରଥ ନିର୍ମାଣରେ ବିଭ୍ରାଟ ଘଟଣାରେ ଦେବୀ ସୁଭଦ୍ରାଙ୍କ ରଥର ଫାଟଥିବା ପହିକୁ ଆଜି ବଦଳାଯାଇପାରେ। ଗତକାଲି ନିର୍ମାଣାଧିନ ୩ଟି ରଥର ଅଖ ମଧ୍ୟରୁ ନନ୍ଦିଘୋଷ ଓ ତାଳଧ୍ୱଜର ଅଖ କାଠ ଏବଂ ସୁଭଦ୍ରାଙ୍କ ରଥ ପହିରେ ଫାଟ ଥିବା ସାମ୍ନାକୁ ଆସିଥିଲା। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦୁର୍ବଳ ଅଖ କାଠକୁ ବଦଳା ଯାଇଥିଲା। ସେହିପରି ତାଳଧ୍ୱଜ ରଥର ଦୁର୍ବଳ ଥିବା ୪୦ ଫୁଟିଆ ଧଉରା କାଠକୁ ମଧ୍ୟ ବଦଳାଯାଇଛି। ବିଧି ମୁତାବକ ଭଉଁରୀ ଦିନ ରଥର ନାହାକା ଚକ ଓ ଅଖ ଡେରା ହେବା କଥା। ହେଲେ ରଥନିର୍ମାଣ କମିଟି ଏବଂ ବୈଷୟିକ ଟିମ୍&zwnj;ର ଯାଞ୍ଚ ପରେ ଏହି ତଥ୍ୟ ପଦାକୁ ଆସିଥିଲା।</p> <p>ସୂଚନାଯୋଗ୍ୟ,ଗତବର୍ଷ ମଧ୍ୟ ଜୁନ ୨୧ ତାରିଖରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ସମୟରେ ଦେବଦଳନ ରଥ ଅଖରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଥିଲା। ଏନେଇ ଖବର ପ୍ରସାରଣ ପରେ ଦେବଦଳନ ରଥର ଅଖକୁ ଯୁଦ୍ଧକାଳୀନ ଭିତ୍ତିରେ ପରିବର୍ତ୍ତନ କରାଯାଇଥିଲା।</p>

Ordigital Desk
  • Published: Sunday, 06 May 2018
  • Updated: 06 May 2018, 08:33 AM IST

Sports

Latest News

<p>ପୁରୀ( ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ରରେ ରଥ ନିର୍ମାଣରେ ବିଭ୍ରାଟ ଘଟଣାରେ ଦେବୀ ସୁଭଦ୍ରାଙ୍କ ରଥର ଫାଟଥିବା ପହିକୁ ଆଜି ବଦଳାଯାଇପାରେ। ଗତକାଲି ନିର୍ମାଣାଧିନ ୩ଟି ରଥର ଅଖ ମଧ୍ୟରୁ ନନ୍ଦିଘୋଷ ଓ ତାଳଧ୍ୱଜର ଅଖ କାଠ ଏବଂ ସୁଭଦ୍ରାଙ୍କ ରଥ ପହିରେ ଫାଟ ଥିବା ସାମ୍ନାକୁ ଆସିଥିଲା। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦୁର୍ବଳ ଅଖ କାଠକୁ ବଦଳା ଯାଇଥିଲା। ସେହିପରି ତାଳଧ୍ୱଜ ରଥର ଦୁର୍ବଳ ଥିବା ୪୦ ଫୁଟିଆ ଧଉରା କାଠକୁ ମଧ୍ୟ ବଦଳାଯାଇଛି। ବିଧି ମୁତାବକ ଭଉଁରୀ ଦିନ ରଥର ନାହାକା ଚକ ଓ ଅଖ ଡେରା ହେବା କଥା। ହେଲେ ରଥନିର୍ମାଣ କମିଟି ଏବଂ ବୈଷୟିକ ଟିମ୍&zwnj;ର ଯାଞ୍ଚ ପରେ ଏହି ତଥ୍ୟ ପଦାକୁ ଆସିଥିଲା।</p><p>ସୂଚନାଯୋଗ୍ୟ,ଗତବର୍ଷ ମଧ୍ୟ ଜୁନ ୨୧ ତାରିଖରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ସମୟରେ ଦେବଦଳନ ରଥ ଅଖରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଥିଲା। ଏନେଇ ଖବର ପ୍ରସାରଣ ପରେ ଦେବଦଳନ ରଥର ଅଖକୁ ଯୁଦ୍ଧକାଳୀନ ଭିତ୍ତିରେ ପରିବର୍ତ୍ତନ କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos