ORHDCର ତତ୍କାଳୀନ ଏମ୍‌ଡିଙ୍କ ସମେତ ୬ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଆର୍‌ଏଚ୍‌ଡିସିର ତତ୍କାଳୀନ ଏମ୍‌ଡି ତଥା ବରିଷ୍ଠ ଆଇଏଏସ୍ ବିନୋଦ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୦୦ ମସିହାରେ ଓଆରଏଚ୍‌ଡିସିରେ ୫୫ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବିନୋଦ କୁମାରଙ୍କ ସହିତ ଆଉ ୬ ଜଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଆଇଏଏସ ବିନୋଦ କୁମାର ସମେତ ୫ ଜଣ କୋର୍ଟରେ ହାଜରେ ନ ହେବାରୁ ସେମାନଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରାଯାଇଛି। ଏକ ମାତ୍ର ଅଭିଯୁକ୍ତ ତଥା ସେତେବେଳର ତତ୍କାଳୀନ ଆସିଷ୍ଟାଷ୍ଟ ମ୍ୟାନେଜର ସଂଜୟ ମହାନ୍ତି ହାଜର ହୋଇଥିବାରୁ ତାଙ୍କୁ ତିନି ବର୍ଷ ସଜା ଶୁଣାଇଛନ୍ତି କୋର୍ଟ।

ଆଇଏଏସ୍‌ ବିନୋଦ କୁମାର ଏବେ ଉଚ୍ଚ ଶିକ୍ଷା ବିଭାଗର ଅଫିସର ଅନ୍‌ ସ୍ପୋଶାଲ ଡ୍ୟୁଟି ଦାୟିତ୍ୱରେ ଅଛନ୍ତି। ବିନୋଦଙ୍କ ସହିତ ଅନ୍ୟ ଯେଉଁମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ସେମାନେ ହେଲେ ତତ୍କାଳୀନ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ତତ୍କାଳୀନ ଆକାଉଣ୍ଟସ ଅଫିସର ପ୍ରଦାପ ରାଉତ, ତତ୍କାଳୀନ ଆକାଉଣ୍ଟ ଚିତ୍ତରଂଜନ ମହାନ୍ତି ଓ ଆଶିଷ ନାୟକ। ଏମାନେ ବି ଆଜି କୋର୍ଟରେ ହାଜର ହୋଇନଥିଲେ। ଦୁର୍ନୀତିରେ ସାମିଲ ଥିବା ଏକ ଏନ୍‌ଜିଓ ସଚିବ କୋର୍ଟରେ ହାଜର ହୋଇନଥିଲେ। ଆଇଏଏସ ବିନୋଦ କୁମାରଙ୍କ ବିରୁଦ୍ଧରେ ୨୩ଟି ଅର୍ଥ ଅନିୟମିତତା ଓ ଆୟବହିର୍ଭୂତ ସଂପତ୍ତି ମାମଲା ରହିଛି।

Previous ArticleNext Article

Send this to a friend