ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ସରକାରଙ୍କୁ ଚୂନ ଲଗାଇବା ଘଟଣା: ଦୁଇ ନିଲମ୍ୱିତ

jharsuguda

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ମିଲର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ସରକାରଙ୍କୁ  ୮ କୋଟି ଚୂନ ଲଗାଇଥିବା ଘଟଣାରେ ସରକାରୀ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ବି ସନ୍ଦିପ ଗୁରୁ ନିଲମ୍ବିତ ହୋଇଛନ୍ତି। ଏହା ପୂର୍ବରୁ ଦାୟିତ୍ୱରେ ଅବହେଳା ପାଇଁ ଝାରସୁଗୁଡ଼ା ଓଡ଼ିଶା ଷ୍ଟେଟ୍  ସିଭିଲ ସପ୍ଲାଇଜ୍ କର୍ପୋରେସନର ଝାରସୁଗୁଡ଼ା ଜିଲ୍ଲା ପରିଚାଳକଙ୍କ କାର୍ଯ୍ୟାଳୟର ଆକାଉଣ୍ଟ ସୁପରଭାଇଜରଙ୍କୁ ନିଲମ୍ବିତ କରାଯାଇଥିଲା। ସିନିୟର ଆକାଉଣ୍ଟ ସୁପରଭାଇଜର ଥିବା ଚିନ୍ତାମଣି ନାୟକଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା।

ନିଲମ୍ବନ ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ ସେ କେବଳ ଭୁବନେଶ୍ୱର ସ୍ଥିତ ନିଗମର ମୁଖ୍ୟ କାର୍ଯ୍ୟାଳୟରେ ରହିବେ। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Previous ArticleNext Article

Send this to a friend