ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି। ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସେ ପ୍ରଚାର କରୁଛନ୍ତି। ଏହି ଅବସରରେ ବରପାଲି ନିକଟସ୍ଥ ବଡ଼ଗାଁରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ରୀତା ସାହୁଙ୍କୁ ଭୋଟ୍ ଦେବାକୁ ଭୋଟରଙ୍କୁ କହିଥିଲେ। ଏହି ସଭାରେ ନିଜେ ରୀତା ମଧ୍ୟ ଉପସ୍ଥିତ ଥିଲେ। ସେ ବି ସଭାକୁ ସମ୍ବୋଧିତ କରିଥିଲେ। ଖୁବ୍ ଅଳ୍ପ ସମୟ ପାଇଁ ସେ ଭାଷଣ ଦେଇଥିଲେ। ତାଙ୍କୁ ସହଯୋଗ କରିବାକୁ ଓ ଆଶୀର୍ବାଦ କରିବାକୁ ସେ ଭୋଟରମାନଙ୍କୁ ଅନୁରୋଧ କରିଥିଲେ। ଏହା ସହିତ ସେ କହିଥିଲେ,“ମୁଁ ମୋ ସ୍ୱାମୀଙ୍କ ପାଇଁ ଭୋଟ୍ ମାଗୁଛି”। ଏହା ପରେ ସେ ଭାଷଣ ଶେଷ କରିବା ସହ କୋହ ସମ୍ଭାଳି ନପାରି କାନ୍ଦି ପକାଇଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।