ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାୟିକା ଭାବେ ଶପଥ ନେଇଛନ୍ତି ବିଜେପୁରର ନବନିର୍ବାଚିତ ବିଧାନସଭା ସଦସ୍ୟ ରୀତା ସାହୁ। ବାଚସ୍ପତି ପ୍ରଦୀପ ଅମାତ ତାଙ୍କ ଅଫିସ ଚାମ୍ବରରେ ରୀତାଙ୍କୁ  ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।

ଗତ ୨୪ ତାରିଖରେ ହୋଇଥିବା ବିଜେପୁର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିପୁଳ ଭୋଟରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  ରୀତାଙ୍କ ସ୍ୱାମୀ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେପୁରରେ ଉପ-ନିର୍ବାଚନ ହୋଇଥିଲା।

Previous ArticleNext Article

Send this to a friend