ପୋଲ ତଳକୁ ଖସିପଡ଼ିଲା ବସ୍‌, ୨ମୃତ, ୩୪ ଆହତ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଏନଏଚ୍-୨୬ର ଲାଲପୋଲିଆ ପୋଲକୁ ଏକ ବସ୍‌ଟି ଭାରସାମ୍ୟ ହରାଇ ପୋଲରୁ ପ୍ରାୟ ୩୦ ଫୁଟ ତଳକୁ ଖସିପଡ଼ିଛି। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବସ କଣ୍ଡକ୍ଟରଙ୍କ ସହ ଜଣେ ଶିଶୁ ଅଛି। ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଅବସ୍ଥାରେ ୩ ଜଣଙ୍କୁ କଟକ ଓ ୨ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ଆଜି ଭୋର ଭୋର ପ୍ରାୟ ସାଢ଼େ ୫ଟା ବେଳେ ମାଣିକେଶ୍ୱରୀ ଟ୍ରାଭେଲ୍ସ ନାମକ ବସଟି ଭାରସାମ୍ୟ ହରାଇ ଲାଲପୋଲିଆ ପୋଲରୁ ଖସି ପଡ଼ିଥିଲା । ମାଣିକେଶ୍ୱରୀ ବସ୍‌ଟି ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିଲା। ବସ୍‌ରେ ୫୪ଜଣ ଯାତ୍ରୀ ଥିଲେ।

Previous ArticleNext Article

Send this to a friend