ଡିଭାଇଡରକୁ ଧକ୍କା ଦେଲା ବୋଲେରୋ: ୨ ମୃତ, ୬ ଗୁରୁତର

ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଜଇଶପାଟଣା ନିକଟରେ ଆଜି ସକାଳେ ଏକ ବୋଲେରୋ ନିୟନ୍ତ୍ରଣ ହରାଇ ଡିଭାଇଡରରେ ବାଡ଼େଇ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଶୁଭସ୍ମିତା ନାୟକ ଓ ସରୋଜିନୀ ନାୟକ। ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ମଲ୍ଲୀପୁର ଗାଁର ସଚ୍ଚିକାନ୍ତ ନାୟକ ତାଙ୍କ ପୁଅର ମୁଣ୍ଡନ କରିବା ପାଇଁ ସପରିବାରେ ପୁରୀ ଅଭିମୁଖେ ବାହାରି ଥିଲେ। ବୋଲେରୋରେ ମୋଟ ୧୧ ଜଣ ଥିଲେ।

ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି।

Previous ArticleNext Article