ବସ୍ ଓ ବୋଲେରୋ ଧକ୍କା: ୨ମୃତ

accident

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କୁଲିପାଲି ନିକଟରେ ଯାତ୍ରୀବାହୀ ବସ୍  ଓ ବୋଲେରୋ ମଧ୍ୟରେ ଧକ୍କା ହୋଇ ୨ ଜଣଙ୍କ ମୃତ ହୋଇଛି। ମୃତକମାନେ ଦୁଇ ଭାଇ। ସେମାନେ ହେଲେ ସୁବର୍ଣ୍ଣପୁର ତରଭା ବ୍ଲକ୍‌ ବଘିଆ ଗାଁର ନିରଞ୍ଜନ ସା ଓ ରଞ୍ଜନ ସା। ବୋଲେରୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡିରୁ ଭୁବନେଶ୍ୱର ଆସୁଥିବା ବେଳେ ବସ୍‌ ସହ ବୋଲେରୋର ଧକ୍କା ହୋଇଥିଲା।

ମୃତ ନିରଞ୍ଜନ ଓ ରଞ୍ଜନ ମେଡିକାଲ କାମରେ କଟକ ଯାଇ ବୋଲେରୋରେ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା। ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Previous ArticleNext Article

Send this to a friend