ଅଜଣାଗାଡ଼ି ଧକ୍କାରେ ୩ ମୃତ

hh

ଅନୁଗୋଳ (ଓଡ଼ିଶା ରିପୋର୍ଟର):  ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ବଇଣ୍ଡା ପଟାପଥର ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି।  ମୃତକମାନେ ହେଲେ ପେଡ଼ିପଥର ଗାଁର କାଠି ଦଳେଇ, ପରମାନନ୍ଦ ଦଳେଇ ଓ ସିନ୍ଦୁରକଳା ଗାଁର କାଳିଆ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ବାଇକରେ ତିନିଜଣ ଆଠମଲ୍ଲିକରୁ ପେଡ଼ିପଥର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।  ଦୁର୍ଘଟଣାପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

Previous ArticleNext Article

Send this to a friend