ରାଜ୍ୟରେ ପୃଥକ୍‌ ଦୁର୍ଘଟଣା:  ଜଣେ ମୃତ, ୧୬ ଆହତ

accident

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ପୃଥକ୍‌ ସ୍ଥାନରେ ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଓ ୧୬ ଜଣ ଆହତ ହୋଇଛନ୍ତି।  ଅନୁଗୋଳ ଜିଲ୍ଲା ଜରପଡ଼ା ନିକଟରେ ଏକ କାର୍‌କୁ ଟ୍ରକ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ବଲାଙ୍ଗିର ଜିଲ୍ଲା କଦଳୀମୁଣ୍ଡା ନର୍ସରୀ ନିକଟରେ ଏକ ପିକ୍‌ନିକ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।  ଛତିଶଗଡ଼ ତିର୍ଥଗଡରୁ ପିକ୍‌ନିକ୍ ସାରି ଫେରିଲା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ବସ୍‌ଟି ଧକ୍କା ଦେଇଥିଲା।  ଫଳରେ ବସ୍‌ରେ ଥିବା ୧୧ ଯାତ୍ରୀ ଆହତ ହୋଇଛନ୍ତି।  ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ବଲାଙ୍ଗିର ଆର୍ୟୁବେଦିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୋଲି ସୂଚନା ମିଳିଛି।

ଏପଟେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମିରିଗିମୁଣ୍ଡିରେ ପିକ୍‌ନିକ୍‌ ବସ୍‌କୁ ଧକ୍କା ଦେଲା ଟ୍ରକ୍। ଏଥିରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।  ବସ୍‌ଟି କୋଲକାତାରୁ ପୁରୀ ଆସୁଥିଲା।

Previous ArticleNext Article

Send this to a friend