ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକର ଏନ୍‌ଏଚ୍‌-୧୬ ଚରମ୍ପା ରେଲୱେ ଓଭରବ୍ରିଜ୍ ନିକଟରେ ସିରିଜ୍‌ ଦୁର୍ଘଟଣା ଘଟିଛି। ପଛକୁ ପଛ ୪ଟି ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଏଥିରେ ଜଣେ ହୋମ୍‌ଗାର୍ଡ ଓ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ ନାଁ ସୁଦାମ ଉପାଧ୍ୟାୟ। ଆହତ ୨ ଡ୍ରାଇଭରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।</p> <p>ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୬ଟା ବେଳେ ସେଠାରେ ଆରଟିଓ ଚେକିଂ ହେଉଥିଲା। ତେବେ ହୋମଗାର୍ଡ ଜଣକ ଗୋଟିଏ ଟ୍ରକ୍‌କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌କୁ ହୋମ୍‌ଗାର୍ଡଙ୍କୁ ଧକ୍କା ଦେଇଥିବା ବେଳେ ପଛକୁ ପଛକୁ ଆଉ ୩ଟି ଟ୍ରକ୍ ଧକ୍କା ହୋଇଥିବା ଅନୁମାନ କରାଯାଉଛି। କଟକରୁ ବାଲେଶ୍ୱର ଆଡକୁ ଟ୍ରକ୍ ଗୁଡ଼ିକ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।