ଆଜିଠୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଡ଼କ ଦୁର୍ଘଟଣା,ଏହା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲିଟିଛି। ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଅନେକ ଜୀବନ ଯାଉଥିବା ବେଳେ,ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ରାଜ୍ୟରେ ୨୦୧୫ ତୁଳନାରେ ୨୦୧୬-୧୭ରେ ସଡ଼କ ଦୁର୍ଘଟଣା ବଢିଥିବା ନଜରକୁ &nbsp;ଆସିଛି।&nbsp; ୨୦୧୮ ଜାନୁୟାରୀ- ଫେବ୍ରୁଆରୀରେ ମଧ୍ୟ ସଡ଼କ ଦୁର୍ଘଟଣାର ମାତ୍ରା ବଢିଥିବା କୁହାଯାଉଛି। ଆଜିଠୁ ସାରାଦେଶରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସଡ଼କ ସୁରକ୍ଷା ସପ୍ତାହରେ ସଚେତନ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ଓ୍ୱାକଥନ କରାଯାଉଛି। ଏହା ଭୁବନେଶ୍ୱର ପଟିଆ କିଟ୍ କ୍ୟାମ୍ପସରୁ ଆରମ୍ଭ ହୋଇ ପଟିଆ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଶେଷ ହେବ। ଏଥିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି। ଏହାସହ ସାଂସଦ, ବିଧାୟକ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ କମିଶନରେଟ ପୋଲିସର ବିଭିନ୍ନ ଅଧିକାରୀ ଯୋଗ ଦେଇଛନ୍ତି।</p>

Ordigital Desk
  • Published: Monday, 23 April 2018
  • Updated: 23 April 2018, 07:59 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଡ଼କ ଦୁର୍ଘଟଣା,ଏହା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲିଟିଛି। ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଅନେକ ଜୀବନ ଯାଉଥିବା ବେଳେ,ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ରାଜ୍ୟରେ ୨୦୧୫ ତୁଳନାରେ ୨୦୧୬-୧୭ରେ ସଡ଼କ ଦୁର୍ଘଟଣା ବଢିଥିବା ନଜରକୁ &nbsp;ଆସିଛି।&nbsp; ୨୦୧୮ ଜାନୁୟାରୀ- ଫେବ୍ରୁଆରୀରେ ମଧ୍ୟ ସଡ଼କ ଦୁର୍ଘଟଣାର ମାତ୍ରା ବଢିଥିବା କୁହାଯାଉଛି। ଆଜିଠୁ ସାରାଦେଶରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସଡ଼କ ସୁରକ୍ଷା ସପ୍ତାହରେ ସଚେତନ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ଓ୍ୱାକଥନ କରାଯାଉଛି। ଏହା ଭୁବନେଶ୍ୱର ପଟିଆ କିଟ୍ କ୍ୟାମ୍ପସରୁ ଆରମ୍ଭ ହୋଇ ପଟିଆ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଶେଷ ହେବ। ଏଥିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି। ଏହାସହ ସାଂସଦ, ବିଧାୟକ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ କମିଶନରେଟ ପୋଲିସର ବିଭିନ୍ନ ଅଧିକାରୀ ଯୋଗ ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos