ରାସ୍ତା ମରାମତି ଦାବିରେ ବଣାଇରେ ସିପିଆଇଏମ୍‌ର ଅର୍ଥନୈତିକ ଅବରୋଧ

<p>ବଣାଇ: ବିଭିନ୍ନ ଦାବି ନେଇ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ସିପିଆଇଏମ୍&zwnj; ପକ୍ଷରୁ ଅର୍ଥନୈତିକ ଅବରୋଧ କରାଯାଇଛି।&nbsp; ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଶତାଧିକ ସିପିଆଇ କର୍ମୀ ରେଳ ଷ୍ଟେସନରେ ରେଳରୋକ କରିବା ସହ ରାସ୍ତାରୋକ ମଧ୍ୟ କରିଛନ୍ତି।&nbsp; ଆନ୍ଦୋଳନକାରୀମାନେ ପଟାସାହି, ରକ୍ସି, ବିମଳାଗଡ଼ଠାରେ ମାଲବାହୀ ଟ୍ରେନ୍&zwnj;କୁ ଅଟକାଇଛନ୍ତି। ସେହିପରି ଗୋପନା, ରକ୍ସି, କୋଇଡ଼ା ଓ ବରସୁଆଁଠାରେ ରାସ୍ତାରୋକ କରାଯାଇଛି । ଜାତୀୟ ରାଜପଥ ୨୧୫ ଓ ରାଜ୍ୟ ରାଜପଥ ୧୦ ମରାମତି ଦାବିରେ ଅବରୋଧ କରାଯାଇଛି।</p> <p>ଏହି ରାସ୍ତା ନିର୍ମାଣ କରିବା ପାଇଁ ପୂର୍ବରୁ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିଲେ। ଏହି ଅଞ୍ଚଳରୁ ଲୁହାପଥର ରପ୍ତାନୀ କରି କୋଟି କୋଟି ଟଙ୍କା ମିଳୁଥିବା ବେଳେ ରାସ୍ତା ମରଣଯନ୍ତା ପାଲଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।</p>

Ordigital Desk
  • Published: Thursday, 31 August 2017
  • Updated: 31 August 2017, 11:56 AM IST

Sports

Latest News

<p>ବଣାଇ: ବିଭିନ୍ନ ଦାବି ନେଇ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ସିପିଆଇଏମ୍&zwnj; ପକ୍ଷରୁ ଅର୍ଥନୈତିକ ଅବରୋଧ କରାଯାଇଛି।&nbsp; ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଶତାଧିକ ସିପିଆଇ କର୍ମୀ ରେଳ ଷ୍ଟେସନରେ ରେଳରୋକ କରିବା ସହ ରାସ୍ତାରୋକ ମଧ୍ୟ କରିଛନ୍ତି।&nbsp; ଆନ୍ଦୋଳନକାରୀମାନେ ପଟାସାହି, ରକ୍ସି, ବିମଳାଗଡ଼ଠାରେ ମାଲବାହୀ ଟ୍ରେନ୍&zwnj;କୁ ଅଟକାଇଛନ୍ତି। ସେହିପରି ଗୋପନା, ରକ୍ସି, କୋଇଡ଼ା ଓ ବରସୁଆଁଠାରେ ରାସ୍ତାରୋକ କରାଯାଇଛି । ଜାତୀୟ ରାଜପଥ ୨୧୫ ଓ ରାଜ୍ୟ ରାଜପଥ ୧୦ ମରାମତି ଦାବିରେ ଅବରୋଧ କରାଯାଇଛି।</p><p>ଏହି ରାସ୍ତା ନିର୍ମାଣ କରିବା ପାଇଁ ପୂର୍ବରୁ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିଲେ। ଏହି ଅଞ୍ଚଳରୁ ଲୁହାପଥର ରପ୍ତାନୀ କରି କୋଟି କୋଟି ଟଙ୍କା ମିଳୁଥିବା ବେଳେ ରାସ୍ତା ମରଣଯନ୍ତା ପାଲଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos