ବ୍ରାହ୍ମଣୀ ନଦୀ ସେତୁ ଓ ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ

road block

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ଜଟିଆ ବ୍ରାହ୍ମଣୀ ନଦୀ ସେତୁ ଓ ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ। ଇଣ୍ଡିଆ ୟୁଥ୍ ଆସୋସିଏସନ୍ ଓ ସଚେତନ ନାଗରିକ ମଞ୍ଚ ତରଫରୁ ରାସ୍ତା ଅବରୋଧ କରାଯାଇଛି। ଫଳରେ ତାଳଚେର-କାମାକ୍ଷାନଗର ଓ ଯାଜପୁରକୁ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଅଭିଯୋଗ ଅନୁସାରେ ଦୀର୍ଘ ଦିନ ଧରି ସେତୁଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହାସହ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ରହିଛି।  ଏନେଇ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି।  ଜାତୀୟ ରାଜପଥର ମରାମତି ପାଇଁ ପୂର୍ବରୁ ମଧ୍ୟ ସଙ୍ଗଠନ ତରଫରୁ ଆନ୍ଦୋଳନ କରାଯାଇଥିଲା।  ତେବେ ବାରମ୍ବାର ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ରାସ୍ତା ମରାମତି କରାଯାଉନଥିବା ଲୋକେ କହିଛନ୍ତି।

Previous ArticleNext Article

Send this to a friend