ବାଇକ୍‌ ନେଇଗଲା ଜୀବନ: ଶବ ରଖି ରାସ୍ତା ଓଗାଳିଲେ ଲୋକେ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଏକ ବାଇକ୍‌ ଧକ୍କାରେ ଟିଟିଲାଗଡ଼ ଥାନା ତୁଲର୍ଶ ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ମିଥୁଲା ପୋଢ଼। ମିଥୁଲାଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ଗାଁ ରାସ୍ତାରେ ଶବ ରଖି ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ଅଭିଯୁକ୍ତଙ୍କୁ ଗିରଫ କରା ନଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଥିଲେ। ଫଳରେ ସିନ୍ଧେକେଲା ଓ ଟିଟିଲାଗଡ଼ ମଧ୍ୟରେ ଗମନାଗମନ ଠପ୍‌ ହୋଇଯାଇଥିଲା। ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ଅଭିଯୋଗ ଅନୁସାରେ, ଗତ ରାତିରେ ମିଥୁଲା ନଳକୂପରୁ ପାଣି ନେଇ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବାଇକ୍‌ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଟିଟିଲାଗଡ଼ ମେଡିକାଲ ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ବଲାଙ୍ଗିର ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

Previous ArticleNext Article

Send this to a friend