କାମାକ୍ଷାନଗର (ରାକେଶ କୁମାର ଦେହୁରୀ): ଢେଙ୍କାନାଳ ଜିଲ୍ଲା ରେକୁଳା ନିକଟରେ ଥିବା ରେଳ ବିଭାଗର ବ୍ରିଜ୍ ତଳ ରାସ୍ତାର ମରାମତି ହୋଇଛି। ରାସ୍ତାରେ ଖାଲ ଢ଼ିପ ଥିବା ଖବର ‘ଓଡ଼ିଶା ରିପୋର୍ଟର’ରେ ପ୍ରକାଶିତ ହୋଇଥିଲା। ପରେ ପ୍ରଶାସନ ପକ୍ଷରୁ ରାସ୍ତାର ମରାମତି କରାଯାଇଛି।
ରେକୁଳା ନିକଟରେ ରେଳ ବିଭାଗର ବ୍ରିଜ ତଳ ରାସ୍ତାଟି ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ଯାଉଥିଲା। ଫଳରେ ଲୋକେମାନେ ଯାତାୟତରେ କରିବାରେ ଅସୁବିଧା ହେଉଥିଲେ। ଆଗରୁ ଏହି ରାସ୍ତାଟି ଖାଲ ଢ଼ିପ ଥିବା ବେଳେ କାଳବୈଶାଖୀ ବର୍ଷାରେ ରାସ୍ତାଟି ଆହୁରି ଖରାପ ହୋଇଯାଇଥିଲା। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିଲା।
ଏହା ଜିଲ୍ଲା ସଦର ମହକୁମାକୁ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଦେଇ ଦୈନିକ ସହ ସହ ଯାନବାହାନ ଯାତାୟାତ କରିଥାଏ। ଏହି ରାସ୍ତାରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ସାହୁ ମଧ୍ୟ ଯାତାୟତ କରିଥାନ୍ତି। କିନ୍ତୁ ରାସ୍ତା ଉପରେ କାହାରି ଦୃଷ୍ଟି ନ ପଡ଼ିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ରାସ୍ତାକୁଟିକୁ ତୁରନ୍ତ ମରାମତି ପାଇଁ ଦାବି ହୋଇ ଆସୁଥିଲା। ଏନେଇ ୪ ଦିନ ତଳେ ‘ଓଡ଼ିଶା ରିପୋର୍ଟ’ରେ ପ୍ରକାଶିତ ହୋଇଥିଲା। ତା’ପରେ ରାସ୍ତା ମରାମତି କରାଯାଇଛି।
ପଢ଼ନ୍ତୁ ସେଦିନ କ’ଣ ବାହାରିଥିଲା- ନିଜେ ମନ୍ତ୍ରୀ ବି ଯାତାୟାତ କରୁଛନ୍ତି, କିନ୍ତୁ ରାସ୍ତାଟି ପାଲଟିଛି ମରଣଯନ୍ତା
ରାସ୍ତାଟି ମରାମତି ହେବା ପରେ ସ୍ଥାନୀୟ ବାସିନ୍ଦା ମାନସ କୁମାର ସାହୁ କହିଛନ୍ତି,“ଏହି ରାସ୍ତାଟି ବହୁଦିନ ହେବ ଖରାପ ହୋଇପଡ଼ିଥିଲା। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିଲା। ଏହି ଖବରଟି ଓଡ଼ିଶା ରିପୋର୍ଟରରେ ପ୍ରସାରଣ ହେବାପରେ ରାସ୍ତାର ମରାମତି ହୋଇଛି। ସେଥିପାଇଁ ଆମକୁ ବହୁତ ଖୁସି ଲାଗୁଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।