ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

road strike

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପିତିରି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ହେବା ସହିତ ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୋଟିଏ ବାଇକରେ ୩ ଜଣ ଯାଉଥିବା ବେଲେ ବାଇକଟି ଗଛରେ ପିଟି ହୋଇଯାଇଥିଲା। ଘଟଣା ସ୍ଥଳରେ ହିଁ ଜଣକର ମୃତ୍ୟୁ ହୋଇଛି।

ଘଟଣାରେ ଉତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ୧୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ପରେ ପ୍ରଶାସନ ପକ୍ଷରୁ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଯାଇଥିଲା। ଏହାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend