ରସଗୋଲାର ଉତ୍ପତ୍ତି ବିବାଦ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସବକମିଟି ବୈଠକ

ପୁରୀ: ରସଗୋଲା ବିବାଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ସବକମିଟିର ୪ଜଣ ସଦସ୍ୟଙ୍କ ବୈଠକ ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। କମିଟିର ଅଧ୍ୟକ୍ଷ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅତିରିକ୍ତ ସଚିବ ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ବରିଷ୍ଠ ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ଯୋଗ ଦେଇଥିଲେ। ବୈଠକରେ ରସଗୋଲାର ଶାସ୍ତ୍ରୀୟ ଓ ଐତିହାସିକ ଦୃଷ୍ଟିକୋଣ ସହ ମାଦଳା ପାଞ୍ଜି, ଶ୍ରୀମନ୍ଦିର ସତ୍ତ୍ୱଲିପିର ପ୍ରମାଣିକ […]

puri

puri

Rakesh Mallick
  • Published: Friday, 08 January 2016
  • Updated: 08 January 2016, 03:16 PM IST

Sports

Latest News

ପୁରୀ: ରସଗୋଲା ବିବାଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ସବକମିଟିର ୪ଜଣ ସଦସ୍ୟଙ୍କ ବୈଠକ ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। କମିଟିର ଅଧ୍ୟକ୍ଷ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅତିରିକ୍ତ ସଚିବ ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ବରିଷ୍ଠ ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ଯୋଗ ଦେଇଥିଲେ। ବୈଠକରେ ରସଗୋଲାର ଶାସ୍ତ୍ରୀୟ ଓ ଐତିହାସିକ ଦୃଷ୍ଟିକୋଣ ସହ ମାଦଳା ପାଞ୍ଜି, ଶ୍ରୀମନ୍ଦିର ସତ୍ତ୍ୱଲିପିର ପ୍ରମାଣିକ ତଥ୍ୟ ଉପରେ ବିଷଦ ଭାବରେ ଆଲୋଚନା ହୋଇଥିଲା।

ସେପଟେ ୩ଟି ସବକମିଟି ମଧ୍ୟବର୍ତ୍ତୀକାଳିନ ରିପୋର୍ଟ ଦେଇଥିଲେ ମଧ୍ୟ ଆଜିର ଆଲୋଚନାରେ ଅନେକ ପ୍ରାମାଣିକ ତଥ୍ୟ ବାହାରିଛି ବୋଲି କମିଟି ଅଧ୍ୟକ୍ଷ କହିଛନ୍ତି। ଏହା ଉପରେ ଅଧିକ ଆଲୋଚନା ସହ ବଳିଷ୍ଠ ପ୍ରମାଣିକ ତଥ୍ୟ ସଂଗ୍ରହ ପାଇଁ ଆଗାମୀ ୨୭ ତାରିଖରେ ଅନ୍ୟ ଏକ ବୈଠକ କରାଯିବା ପରେ ରିପୋର୍ଟ ଦାଖଲ କରାଯିବ ବୋଲି ରସଗୋଲା କମିଟି ଅଧକ୍ଷ କହିଛନ୍ତି।

ସୂଚନାଯୋଗ୍ୟ, ରସଗୋଲାର ଉତ୍ପତ୍ତିକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଦେଖା ଦେଇଛି। ଉଭୟ ରାଜ୍ୟର ସରକାର ରସଗୋଲାର ଉତ୍ପତ୍ତି ତାଙ୍କ ରାଜ୍ୟରୁ ବୋଲି ଦାବି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos