ରାହୁଲଙ୍କୁ ଭେଟିଲେ ୪ କଂଗ୍ରେସ ବିଧାୟକ

4-congress-mla

ନୂଆଦିଲ୍ଲୀ:କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନୂଆଦିଲ୍ଲୀ ସ୍ଥିତ  ସରକାରୀ ବାସଭବନରେ ଆଜି ୪ଜଣ ଏସସି/ଏସଟି ବିଧାୟକ ସାକ୍ଷାତ କରିଛନ୍ତି। ସେମାନେ ହେଲେ ଜ୍ୟାକବ ପ୍ରଧାନ, କୃଷ୍ଣଚନ୍ଦ୍ର ଶଗରିଆ, କୈଳାସ କୁଲେସିକା ଓ ଭୁଜବଳ ମାଝୀ। ଦଳର ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଓଡ଼ିଶା ପ୍ରଭାରୀ ବି.କେ. ହରିପ୍ରସାଦ କହିଛନ୍ତି,“ଏସିସି/ଏସଟି ବିଧାୟକମାନେ ଆଜି ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ଆଲୋଚନା କରିଥିଲେ। କନ୍ଧମାଳ ଓ କଳାହାଣ୍ଡିରେ ଯେଉଁ ଘଟଣା  ଘଟିଛି ସେ ବିଷୟରେ ମଧ୍ୟ  ଆଲୋଚନା ହୋଇଥିଲା। ପିସିସି–ବିଧାୟକ ଦଳ ସମନ୍ୱୟ ନେଇ କୌଣସି ଆଲୋଚନା ହୋଇନି। ଏଭଳି କିଛି ଘଟଣା ମୋ ଦୃଷ୍ଟିକୁ ଆସିନାହିଁ।”

Previous ArticleNext Article

Send this to a friend