ବନ କର୍ମଚାରୀଙ୍କୁ ଦଳି ଦେଲା ହାତୀ

frican savanna elephant (Loxodonta africana africana)

ରାଉରକେଲା: ରାଜ୍ୟରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ି ଚାଲିଛି। କେଉଁଠି ହାତୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ କେଉଁଠି ହାତୀ ଘର ଭାଙ୍ଗି ଦେଉଛି ତ କାହାର ଘରେ ପଶି ଧାନ ଖାଇ ଦେଉଛି। ଏହିପରି  ଅଭିଯୋଗ ପ୍ରାୟ ପ୍ରତିଦିନ ଆସୁଛି।

ଖବର ଆସିଛି, ରାଉରକେଲାରେ ହାତୀ ଆକ୍ରମଣର ଜଣେ ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପତି ବେଭାର। କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ୍ ଗୁଡ଼ଛାପଲ୍ ଗାଁ ନିକଟରେ କର୍ମଚାରୀ ଜଣକ ହାତୀ ଘଉଡାଇବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ହାତୀ ଘଉଡ଼ାଇବାରେ ବନ ବିଭାଗର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ଲୋକେ। ଏହି ଘଟଣା ପରେ ମୃତଦେହକୁ ଅଟକ ରଖିବା ସହ ବନ କର୍ମଚାରୀଙ୍କୁ ଘେରିଛନ୍ତି ଗାଁ ଲୋକେ।

 

 

 

Previous ArticleNext Article

Send this to a friend